ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ 2022 ଉପସ୍ଥାପନ କରିଛନ୍ତି | ଏହା ହେଉଛି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଚତୁର୍ଥ ବଜେଟ୍ । ଅର୍ଥମନ୍ତ୍ରୀ ସୀତାରମଣଙ୍କ ମଧ୍ୟ ଚତୁର୍ଥ ବଜେଟ୍ । ଅର୍ଥମନ୍ତ୍ରୀଙ୍କ ବଜେଟ୍ ଉପସ୍ଥାପନ ପରେ କିଛି ଜିନିଷ ଶସ୍ତା ହୋଇଯିବ ଏବଂ କିଛି ମହଙ୍ଗା ହେବ | ତେବେ ଚାଲନ୍ତୁ ଜାଣିବା ଏବେ ଠାରୁ କ’ଣ ଶସ୍ତା ହେଲା ଏବଂ କ’ଣ ମହଙ୍ଗା ହେଲା? ଆମଦାନୀ ଶୁଳ୍କରେ ଛାଡକୁ ହଟାଇ ପୁଞ୍ଜି ସାମଗ୍ରୀ ଉପରେ 7.5 ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରାଯାଇଛି। ଇମିଟେସନ ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରାଯାଇଛି | ବିଦେଶୀ ଛତା କିଣିବା ମହଙ୍ଗା ହେବ । ଛତା ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ସେହିପରି ମଦ, ଖାଇବା ତେଲ, ଏଲଇଡି ଲାଇଟ୍ ମହଙ୍ଗା ହୋଇଛି ।
ଶସ୍ତା
– ଶସ୍ତା ହେଲା ମୋବାଇଲ୍ ଏବଂ ମୋବାଇଲ୍ ଚାର୍ଜର
– କୃଷି ଉପକରଣ
– ହୀରା ଅଳଙ୍କାର
– ଜୋତା ଏବଂ ଚପଲ
– ବିଦେଶରୁ ଆସୁଥିବା ମେସିନ୍
– କପଡା ଏବଂ ଚମଡା ସାମଗ୍ରୀ ଶସ୍ତା |
ମହଙ୍ଗା
– ବିଦେଶୀ ଛତା
– ଖାଇବା ତେଲ
– ଏଲଇଡି ଲାଇଟ୍