<h3>୨୦୨୪ ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡିର BSKY କାର୍ଡ ଯୋଜନା ବନ୍ଦ କରିଦିଆଯିବ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା ଏବଂ ଗତକାଲି ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ତାଙ୍କ ପ୍ରତିକ୍ରିୟା କହିଥିଲେ ଯେ, ରାଜ୍ୟରେ ଯେତେ ପର୍ଯ୍ୟନ୍ତ ନୂତନ ସରକାର ଗଠନ କରାଯାଇନାହିଁ ସେତେ ପର୍ଯ୍ୟନ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିବ ଓ ପରବର୍ତ୍ତୀ ସମୟରେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରାଯିବ । ତେବେ ଏହାକୁ ନେଇ ଆଜି ସ୍ପଷ୍ଟୀକରଣ ରଖିଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ମଧ୍ୟ ଏ ନେଇ ସୋସିଆଲ ମିଡ଼ିଆ ଏକ୍ସରେ ସ୍ପଷ୍ଟୀକରଣ ରଖିଛନ୍ତି | ସମସ୍ତ ଘରୋଇ ହସ୍ପିଟାଲ ଏବଂ ଏମ୍ଓୟୁ ରେ BSKY କାର୍ଡ ଯୋଜନା ପୂର୍ବ ଭଳି ବଳବତ୍ତର ରହିଛି ।</h3>