କଟକ ,(ଏନଏନଏସ ଓଡ଼ିଆ/ ୦୧.୦୪): ବିଏସକେୱାଇ କାର୍ଡ କେଳେଙ୍କାରୀ ମାମଲାରେ ସିଲ୍ ହେଲା କଟକ ନୂଆ ବଜାର ସ୍ଥିତ ଗୋଶାଳା ରୋଡରେ ଥିବା ଜେଏମ କେୟାର ହସ୍ପିଟାଲ। ସିଏମସି, ସିଏମସି ଏନଫୋର୍ସମେଣ୍ଟ ଓ ମଧୁପାଟଣା ଥାନା ପୋଲିସ ଉପସ୍ଥିତ ରହି ଏହି ହସ୍ପିଟାଲକୁ ସିଲ୍ କରିଛନ୍ତି। ରୋଗୀଙ୍କୁ ଚିକିତ୍ସା କରି ଅନ୍ୟ ଏକ ନର୍ସିଂହୋମରୁ ବିଏସକେୱାଇ କାର୍ଡ ମାଧ୍ୟମରେ ଟଙ୍କା ଉଠେଇବାର ଏହି ହସ୍ପିଟାଲ ନାଁରେ ହୋଇଥିଲା ଅଭିଯୋଗ।
ଯାହାକୁ ଆଧାର କରି ବର୍ତ୍ତମାନ ହସ୍ପିଟାଲକୁ ସିଲ୍ କରାଯିବା ସହ ସିଏମସି ନିୟମ ଅନୁଯାୟୀ ଏହି ହସ୍ପିଟାଲ ଚାଲୁଥିଲା କି ନାହିଁ ସେନେଇ ତଦନ୍ତ କରାଯିବ। ଏହି ହସ୍ପିଟାଲର ମାଲିକ ଫେରାର ଅଛନ୍ତି ବୋଲି ଜଣାପଡିଛି। ଏ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।