ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ତହସିଲ ଅଧିନରେ ରହିଛି ବୃଷବନ୍ଧ ପାହାଡ଼ । ଲଘୁ ଖଣିଜ ସମ୍ପଦରେ ଭରପୁର ରହିଛି ଏହି ପାହାଡ଼ । ବେଆଇନ ଭାବେ ପାହାଡ କୁ ବ୍ଲାଷ୍ଟିଂ କରାଯାଇ କଳା ମୁଗୁନି ପଥର ଚୋରି କରି ନେଉଥିଲେ ପଥର ମାଫିଆ । ବୃଷବନ୍ଧ ପାହାଡକୁ ନେଇ ଆଗରୁ ମଧ୍ୟ ଅନେକ ବିବାଦ ରହି ଆସିଛି । ବେଆଇନ କଳା ମୁଗୁନି ପଥର କାରବାରରେ ପଥର ମାଫିଆମାନେ ବେଶ ମାଲାମାଲ ହେଉଛନ୍ତି । ପଥର ମାଫିଆ ମାନଙ୍କର ମନଇଚ୍ଛା କାରବାର ସ୍ଥାନୀୟ ଲୋକ ଏବଂ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି । କଳା ମୁଗୁନି ପଥର ଚୋରିକୁ ନେଇ ବାରମ୍ବାର ଅଭିଯୋଗ ହେବାରୁ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ତହସିଲଦାର ରଞ୍ଜନ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରଯାଇଥିଲେ । ମୁଗୁନୀ ପଥର ଚୋରି ହେଉଥିବା ବେଳେ ଅଚାନକ ରେଡ଼ କରାଯିବା ସହିତ ୭ଟି ଟ୍ରକ କୁ ଜବତ କରିଛନ୍ତି ଟାଙ୍ଗୀ ତହସିଲଦାର । ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଚୋରି ହେଉଥିବା ନେଇ ଅଭିଯୋଗ ହେଉଥିବା ଯୋଗୁଁ ଏହି ଧରପଗଡ କରାଯାଇଛି ବୋଲି ସୂଚନା ଦେଇଛନ୍ତି ତହସିଲ ।
#tangi #NNSODIA