ଟଙ୍କା ଲୋଭରେ ଭାଇକୁ ମାରିଲା ସମ୍ପର୍କୀୟ ଭାଇ | ଅପହରଣ ପରେ ସାନ ଭାଇକୁ ହତ୍ୟା କଲା ବଡ ଭାଇ | ପୁଅକୁ ଛଡ଼ାଇବା ପାଇଁ ତାର ବାପାଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ହତ୍ୟା କରିବ ବୋଲି ହ୍ୱାଟ୍ସଆପରେ ମେସେଜ କରିଥିଲା । କିନ୍ତୁ ସେମାନେ ଟଙ୍କା ଦେବାରେ ବିଳମ୍ୱ କରିବାରୁ ନାବାଳକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ସହରରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ | ନାବାଳକଙ୍କୁ ହତ୍ୟା କରି ଜଙ୍ଗଲରେ ପକାଇଥିବା ପୋଲିସ ଆଗରେ ମାନିଛି ଅଭିଯୁକ୍ତ । ମୃତକ ହେଲେ ଶିରଭଟାପଡ଼ାର ନାବାଳକ ମୋହନ କୁମ୍ଭାର ।
ଟିଟିଲାଗଡ ସିରଭଟା ପଡ଼ାର ଦିଲିପ କୁମ୍ଭାର ରେଳବାଇ ବିଭାଗରେ କାର୍ଯ୍ୟ କରନ୍ତି। ତାଙ୍କର ପୁଅ ମୋହନ କୁମ୍ଭାର (ଆଶିଷ) ଅଷ୍ଟମ ଶ୍ରେଣୀ ଛ।ତ୍ର । ୨୩ ତାରିଖରେ ସେ ଟ୍ୟୁସନ ଯାଇଥିଲେ । ସନ୍ଧ୍ୟା ସୁଦ୍ଧା ମୋହନ ଘରକୁ ନ ଫେରିବାରୁ ପରିବାର ଲେକେ ସ୍ଥାନୀୟ ଅଂଚଳରେ ଖୋଜିଖୋଳି କରିଥିଲେ । ପରିବାର ଲୋକେ ୨୩ ତାରିଖ ରାତିରେ ଥାନାରେ ମାମଲା ରୁଜୁ କରିଥିଲେ | ଘର ଲୋକ ସନ୍ଦେହ କରୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ପୋଲିସ ଉଠାଇ ଆଣି ପଚରାଉଚରା କରିବା ପରେ ସବୁ ସତ କଥା ଓଗାଳିଥିଲା । ଟଙ୍କା ଲୋଭରେ ମୋହନକୁ ଅପହରଣ କରି ହତ୍ୟା କରିଥିବା ମାନିଥିଲା | ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।