ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କୁରୁଣ୍ଟି ସ୍ଥିତ ବିଜିଆର କମ୍ପାନୀ ର ବିନା ଅବଗତ ରେ କମ୍ପାନୀ ହଠାତ ବନ୍ଦ ହବା ଓ ଶ୍ରମିକ ମାନଙ୍କର ଦୁଇ ମାସର ବକେୟା ଦରମା ପାଇଁ ଆଜି ବିଜିଆର ମଜୁଦୁର ସଙ୍ଘ କମ୍ପାନୀ ର ଗେଟ ସାମ୍ନାରେ ଧାରଣା ଦେଇଥିଲେ ।
ବିଜିଆର ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ରେ ପ୍ରାୟ ୧୫୦୦ ଶ୍ରମିକ କାର୍ଯ୍ୟରତ ଥିଲେ କିନ୍ତୁ ଗତ ମାର୍ଚ୍ଚ ୦୭/୦୩/୨୦୨୧ ଠାରୁ କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦରହିଛି, ଏ ବିଷୟରେ ଶ୍ରମିକ ମାନେ କମ୍ପାନୀ କତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ,
ଗତ ତା ୧୨-୦୩-୨୧ରିଖ ରେ ରାଲି ମାଧ୍ୟମରେ ଢେଙ୍କାନାଳ ଜିଲ୍ଲାପାଳ,ଢେଙ୍କାନାଳ ଶ୍ରମଅଧିକାରୀ, ଢେଙ୍କାନାଳ ଆରକ୍ଷୀ ଅଧ୍ୟକ୍ଷଙ୍କୁ ମଧ୍ୟ ଏ ନେଇ ଦାବିପତ୍ର ଦିଆଯାଇଥିଲା ।
କମ୍ପାନୀ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି) ଅଧୀନରେ ଥିଲେ ମଧ୍ୟ ଫେବୃୟାରୀ ମାସ ର ଦରମା ଏ ପର୍ଯ୍ୟନ୍ତ ଦେଇନାହାନ୍ତି ବୋଲି ଶ୍ରମକୀ ମାନେ ଜଣାଇଥିଲେ, ଏଥିରେ କମ୍ପାନୀ ମ୍ୟାନେଜମେଣ୍ଟ , ନ୍ୟାସନାଲ କମ୍ପାନୀ ଲ ଟ୍ରିବୁନାଲ (ଏନସିଏଲଟି)ର ମୁଖ୍ୟ ଶ୍ରୀଯୁକ୍ତ କାନନ ତିରୁଭେଙ୍ଗଦମ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ର ସାଲିସ ମଧ୍ୟରେ ୧୫୦୦ କର୍ମଚାରୀ ଜୀବିକା ହରେଇଛନ୍ତି ବୋଲି ଶ୍ରମକ ମାନେ ଜଣାଇଛନ୍ତି ।
ଏ ବିଷୟରେ ଆମ ପ୍ରତିନିଧି ଢେଙ୍କାନାଳ ଜିଲା ପାଳ ଭୁମେଶ ଚନ୍ଦ୍ର ବେହାର ଙ୍କୁ ଫୋନ ମାଧ୍ୟମରେ ପଚାରିବାରୁ ସେ କୁହନ୍ତି ଯେ ମୁଁ ସେମାନଙ୍କୁ ବୁଝା ସୁଝା କରିଛି କମ୍ପାନୀ ଓ ଶ୍ରମିକ ଙ୍କ ମଧ୍ୟରେ ଆପୋଷ ବୁଝାମଣା ହେଲେ ସବୁ ଠିକ ହେଇଯିବ। ଅପରପକ୍ଷେ କମ୍ପାନୀ ଲିକ୍ୟୁଡେଟର ଆରପି ତରୁଣ କୁମାର ସିଂ ଙ୍କୁ ଫୋନ ମାଧ୍ୟମ ରେ ଯୋଗାଯୋଗ କରି ପଚାରିବାରୁ ସେ କୁହନ୍ତି ଯେ ଏ ବିଷୟରେ ମୁଁ କିଛି କହି ପାରିବିନି ମୋର ଅଥରାଇଯେସନ ନାହିଁ ।
ବର୍ତ୍ତମାନ କରୋନା ସଂକ୍ରମଣ ପରିସ୍ଥିତି ମଧ୍ୟରେ କମ୍ପାନୀ ରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଏବେ ରୋଜଗାର ନପାଇ ଓ ଦୁଇ ମାସ କାମ କରି ନିଜର ପ୍ରାପ୍ୟ ନପାଇ ଆଜି ଦୁଃଖ ଦୁର୍ଦ୍ଦଶା ରେ ଜୀବନ ବିତାଉଛନ୍ତି, ଏଠି ରାଜ୍ୟସରକାର ନୂଆ ନୂଆ ଶିଳ୍ପାନଷ୍ଠାନ ମାଧ୍ୟମରେ ବେକାରୀ ସମସ୍ୟା ଦୂର କରିବାପାଇଁ ଚେଷ୍ଟକରୁଥିବା ବେଳେ ବନ୍ଦ ହୋଇ ପଡ଼ିଥିବା ଶିଳ୍ପାନୁଷ୍ଠାନ ର ଶ୍ରମିକ ମାନଙ୍କ ର କଥା କୁ କେହି ଦୃଷ୍ଟି ଦେଉ ନଥିବାର କଥା ବର୍ତ୍ତମାନ ଜନସାଧାରଣ ଓ ବୁଦ୍ଧିଯିବୀ ମହଲ ରେ ଚର୍ଚ୍ଚା ର ବିଷୟ ପାଲଟିଛି|
#brg #STEELPLANT #ODISHA #DHENKANAL