ତେଜିଲା ମମିତା ଝଡ | ଦୀର୍ଘ ୪ ମାସ ପରେ ପୁଣି ଥରେ ଜୋର ଧରିଲା ମମିତା ମେହେର ପ୍ରସଙ୍ଗ | ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି । ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ବିଜେପିର ବିଶାଳ ଶୋଭାଯାତ୍ରା | ନବୀନ ନିବାସ ଘେରାଉ ପାଇଁ ରାଜଭବନ ଛକରୁ ବାହାରିଥିଲେ ଶତାଧିକ ବିଜେପି କର୍ମୀ । ଶିଶୁ ଭବନ ଛକରେ ପୋଲିସ ବିଜେପି କର୍ମୀଙ୍କୁ ଅଟକାଇବାରୁ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି। ପୋଲିସ ଓ ବିଜେପି କର୍ମୀ ହୋଇଛନ୍ତି ମୁହାଁମୁହିଁ | ବିଜେପି କର୍ମୀ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା | ବହୁ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ୍। ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ଥରେ ଏହି ପ୍ରସଙ୍ଗକୁ ସାମ୍ନାକୁ ଆଣିଛି ବିଜେପି । ମମିତା ମେହର ହତ୍ୟା ମାମଲାର ୪ ମାସ ବିତିଲାଣି, ହେଲେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବିଜେପି ଅଭିଯୋଗ କରିଛି ।