ପଞ୍ଚାୟତ ନିର୍ବାଚନରେ ଡିଜିଟାଲ ପ୍ରଚାର କରିବ ବିଜେପି | ଆସନ୍ତା ୬ କିମ୍ବା ୭ ତାରିଖରୁ ଆରମ୍ଭ ହେବ ବିଜେପିର ଡିଜିଟାଲ ପ୍ରଚାର । ଏହି ଡିଜିଟାଲ ପ୍ରଚାରରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଗିରିରାଜ ସିଂ ଓ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ପଂଚାୟତ ନିର୍ବାଚନ ପାଇଁ ୮୫୩ ଜିଲ୍ଲା ପରିଷଦ ଜୋନରେ ଡ଼ିଜିଟାଲ ପ୍ରଚାର କରିବ ବିଜେପି । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ସୂଚନା ଥାଉକି, ଫେବୃଆରୀ ୧୬ ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ୮୫୩ ଜିଲ୍ଲା ପରିଷଦ ଜୋନ ପାଇଁ ହେବ ଲଢ଼େଇ । ୬ ହଜାର ୬୬୭ ଆସନ ପାଇଁ ସରପଞ୍ଚ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା ।