ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୩.୦୩): ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଗାମୀ ନିର୍ବାଚନକୁ ନଜରରେ ରଖି ସମସ୍ତ ରାଜନୈତିକ ଦଳମାନେ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ କେନ୍ଦ୍ର କ୍ଷମତାରେ ଥିବା ବିଜେପି ଆଜି ୪ ରାଜ୍ୟରେ ଥିବା ସଭାପତିଙ୍କୁ ବଦଳାଇ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି । ଓଡ଼ିଶା, ରାଜସ୍ଥାନ, ବିହାର ଓ ଦିଲ୍ଲୀରେ ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ହେଲେ ଓଡ଼ିଶାରୁ ମନମୋହନ ସାମଲ,ରାଜସ୍ଥାନରୁ ସି.ପି ଯୋଶୀ,ବିହାରରୁ ସମ୍ରାଟ ଚୌଧୁରୀ, ଦିଲ୍ଲୀରୁ ବୀରେନ୍ଦ୍ର ସଚଦେବା ।