ପଞ୍ଚାୟତ ନିର୍ବାଚନ ସମୟରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ | ବିଜେପି କର୍ମୀ ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କୁ ଆକ୍ରମଣର ପ୍ରତିବାଦ କରିଛି ବିଜେଡି । ଆକ୍ରମଣକୁ ବିରୋଧ କରି ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି ବିଜେଡି ନେତା ଓ କର୍ମୀ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ ।
ପଞ୍ଚାୟତ ନିର୍ବାଚନରେ ହାରିବା ଭୟରେ ରକ୍ତମୁଖା ହୋଇପଡ଼ିଛି ବିଜେପି । ଓଡିଶାବାସୀଙ୍କ ସାମ୍ନାରେ ପଦାରେ ପଡିଛି ବିଜେପିର ଅସଲ ଚେହେରା । ଭଦ୍ରକ ଧାମନଗର ଦଳାଙ୍ଗରେ ବିଜେଡି କର୍ମୀ ପ୍ରତାପ ଚନ୍ଦ୍ର ରାଉତଙ୍କୁ ବିଜେପି କର୍ମୀ ପିଟି ପିଟି ହତ୍ୟା କରିବା ଘଟଣାକୁ ଘୋର ନିନ୍ଦା କରିଛି ଦଳ । ତେଣୁ ନିର୍ବାଚନ କମିଶନର ଗୁଣ୍ଡାରାଜ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି । ପରାଜୟ ଭୟରେ ବିଜେପି ସାରା ରାଜ୍ୟରେ ହିଂସାକାଣ୍ଡ ଘଟାଉଥିବା ଅଭିଯୋଗ କରିଛି ବିଜେଡି । ବିଜେପିର ଏହି ଗୁଣ୍ଡାଗିରିକୁ ନେଇ ବିଜେଡି ବାରମ୍ବାର ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ଆଜି ପୁଣି କାର୍ଯ୍ୟାନୁଷ୍ଠାନ ଦାବିରେ ଦଳ ତରଫରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ସହ କମିଶନଙ୍କୁ ଦାବିପତ୍ର ଦିଆଯାଇଛି | ଏହି ପରିପ୍ରେକ୍ଷୀରେ ବିଜେଡିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି |