୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ କସରତ ଆରମ୍ଭ କରିଛି ବିଜେଡି । ଆଜିଠୁ ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କ ବୈଠକ । ୩ ଦିନ ଧରି ଚାଲିବ ବିଜେଡି ପର୍ଯ୍ୟବେକ୍ଷକଙ୍କ ବୈଠକ ।ପର୍ଯ୍ୟବେକ୍ଷକଙ୍କୁ ଗୁରୁମନ୍ତ୍ର ଦେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ | ୩୩ଟି ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କ ସହ ନବୀନ ନିବାସରେ ସିଧାସଳଖ ଆଲୋଚନା କରିବେ ନବୀନ । ପୌର, ପଞ୍ଚାୟତ ସମୀକ୍ଷା ସହ ୨୦୨୪ ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି ହେବ ।
ସମୀକ୍ଷା ବୈଠକରେ ନବୀନ ଜିଲ୍ଲାୱାରୀ ସଫଳତା ଓ ବିଫଳତାର ହିସାବ ନେବେ । ଜିଲ୍ଲାଗୁଡିକରେ ଥିବା ସଙ୍ଗଠନ ସଫଳତା ନେଇ ମଧ୍ୟ ଆଲୋଚନା ହେବ । ସମସ୍ତଙ୍କୁ ଏକାସାଙ୍ଗରେ ନେଇ କିପରି ଦଳ ଆଗକୁ ବଢିବ ସେ ନେଇ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବେ ଦଳର ସୁପ୍ରିମୋ ନବୀନ ।ଏଥିସହିତ ଯେଉଁ ଜିଲ୍ଲା ପରିଷଦ ଜୋନରେ ଆଶାନୁରୂପ ପ୍ରଦର୍ଶନ କରିପାରିନି ଦଳ, ସେଠାରେ ପୁଣି ଥରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି ।