ଆଜି କେନ୍ଦ୍ରାପଡା ଜିଲ୍ଲାର ୧୩ନମ୍ବର ଜିଲ୍ଲାପରିଷଦ ଜୋନ୍ ରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ନେତ୍ରୀ ଗୀତାଞ୍ଜଳୀ ସେଠୀ । ଗୀତାଞ୍ଜଳୀ ଅନୁସୂଚୀତ ଜାତିର ମହିଳା ପ୍ରାର୍ଥିନୀ ହୋଇଥିବାରୁ ସେ ଏଥ କେନ୍ଦ୍ରାପଡା ଜିଲ୍ଲାପରିଷଦ ସଭାନେତ୍ରୀ ପାଇଁ ଦାବିଦାର ହୋଇପାରନ୍ତି । ରାଜ୍ୟରେ ବିଜେଡି ବିଜେପି ମିଳିତ ସରକାର ଥିବା ସମୟରେ ଏହି ୧୩ ପମ୍ବର ଜୋନ୍ ରୁ ଜିଲ୍ଲାପରିଷଦ ସଦସ୍ୟା ଭାବେ ଜିଣି କେନ୍ଦ୍ରାପଡା ଜିଲ୍ଲାପରିଷଦର ଉପାଧ୍ୟକ୍ଷା ହୋଇଥିଲେ । ସେତେବେଳେ ଗୀତାଞ୍ଜଳୀ ବିଜେପି ମହିଳା ନେତ୍ରୀ ଥିଲେ । ନିଜର ପୂର୍ବ ରାଜନୈତିକ ଅଭିଜ୍ଞତା ଓ ନିଜ ଅଞ୍ଚଳରେ ଲୋକ ସମ୍ପର୍କକୁ ନେଇ ପୁଣିଥରେ ଗୀତାଞ୍ଜଳୀ ୧୩ନମ୍ବର ଜୋନ୍ ରୁ ପ୍ରାର୍ଥୀ ହୋଇଛନ୍ତି । ଏଥର ବିଜେପିରୁ ନୁହଁ ବିଜେଡିରୁ ଗୀତା ଲଢିବେ । ଗତ ବିଧାନସଭା ନିର୍ବାଚନ ସମୟରେ ବିଜେପିର ହାତଛାଡି ଗୀତାଞ୍ଜଳୀ ଜିଲ୍ଲା ବିଜେଡି ସଭାପତି ଉତ୍କଳ ପରିଡାଙ୍କ ସହ ମିଶି ବିଜେଡିରେ ଯୋଗଦେଇଥିଲେ । ଏଥର ବିଜେଡି ଗୀତାଙ୍କୁ ଦଳର ଟିକେଟ ଦେଇଛି । ଆଜି କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ନିକଟରେ ମନୋନୟନପତ୍ର ଦାଖଲ ସସମୟରେ ୧୩ ନମ୍ବର ଜୋନ୍ ର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଭବାନୀଶଂକର ଓଝା ଆଦି ବହୁ ଦଳିୟ କର୍ମିମାନେ ଗୀତାଞ୍ଜଳୀଙ୍କ ସହିତ ଯୋଗଦେଇଥିଲେ ।