ନିର୍ବାଚନ ପୂର୍ବରୁ ରାଜ୍ୟରେ ବୃଦ୍ଧି ପାଇଛି ରାଜନୈତିକ ହିଂସା | ଜ୍ୱର ବାଉଳାରେ ତାଟିଆ କାମୁଡୁଛି ବିଜେପି | ରାଜନୀତି ନାଁରେ କରୁଛି ଗୁଣ୍ଡାଗିରି | ଏହାକୁ ବିରୋଧ କରି ଆଜି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି | ପଞ୍ଚାୟତ ନିର୍ବାଚନରେ ବିଜେପି ନେତା ଓ କର୍ମୀ ରାଜ୍ୟ ବିଭିର୍ନ ସ୍ଥାନରେ ବିଜେଡି ପ୍ରାର୍ଥୀଙ୍କୁ ହତ୍ୟା ଧମକ ଓ ମରାଣାନ୍ତକ ଆକ୍ରମଣ କରୁଛନ୍ତି । ନିର୍ବାଚନ ଲଢ଼ୁଥିବା ବିଜେଡି ପ୍ରାର୍ଥୀଙ୍କ ଜୀବନ ପ୍ରତି ବିପଦ ରହିଛି | ତେଣୁ ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଧିକ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି ପ୍ରତିନିଧି ଦଳ। ଏହି ପ୍ରତିନିଧୀ ଦଳ ଓଡିଶା ବିଜେପି ନେତା ଓ କର୍ମୀଙ୍କ ଦ୍ୱାରା ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ହୋଇଥିବା ହିଂସା ଘଟଣାର ନିର୍ଦ୍ଦିଷ୍ଟ ମାମଲା ମଧ୍ୟ ଉଲ୍ଲେଖ କରିଛି।