ହିନ୍ଦୋଳ: କଡା ମୁକାବିଲା ମଧ୍ୟରେ ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ତଥା କଳିଙ୍ଗl ପଞ୍ଚାୟତର ନବନିର୍ବାଚିତ ସମିତି ସଭ୍ୟ ବରୁଣ କୁମାର ସର ନିଜ ପ୍ରତିଦ୍ୱନ୍ଦୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମlହୁନ୍ତଙ୍କୁ ଗୋଟିଏ ମାତ୍ର ଭୋଟ ବ୍ୟବଧାନରେ ପରାସ୍ତ କରି ଉପାଧ୍ୟକ୍ଷ ଭାବେ ହୋଇଛନ୍ତି ନିର୍ବାଚିତ । ୧୮ ସଂଖ୍ୟାର ମ୍ୟାଜିକ ଅଙ୍କ ନିର୍ଣ୍ଣାୟକ ହୋଇଥିଲା | ତେବେ ସରଙ୍କ ସପକ୍ଷରେ ୧୮ ଜଣ ନିର୍ବାଚିତ ସମିତି ସଭ୍ୟ/ସଭ୍ୟl ମତଦାନ କରିଥିବା ବେଳେ ପ୍ରତିଦ୍ୱନ୍ଦୀ ପ୍ରିୟରଞ୍ଜନଙ୍କ ସପକ୍ଷରେ ୧୭ ଜଣ ମତଦାନ କରିଥିଲେ।
ଉଭୟ ଗୋଷ୍ଠୀର ୩୫ ଗୋଟି ପଞ୍ଚାୟତର ୩୫ ଜଣ ନବନିର୍ବାଚିତ ସଭ୍ୟ/ ସଭ୍ୟl ଏହି ପ୍ରକ୍ରିୟାରେ ଭାଗ ନେବା ପାଇଁ ଗତକାଲି ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିଥିଲେ। ଉଭୟ ଗୋଷ୍ଠୀର ୨ ଜଣ ପାର୍ଥି ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନ ଯାଞ୍ଚ କରାଯାଇ ୨ ଜଣ ପ୍ରାର୍ଥୀଙ୍କର ନାମାଙ୍କନ କାୟମ ରହିଥିବା ନେଇ ଘୋଷଣା କରାଯାଇଥିଲା। ଅପରାହ୍ନ ୧ ଟା ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର କେହି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ନକରିବାରୁ ନିର୍ବାଚନ ହୋଇଥିଲା | ଅପରାହ୍ନ ୧ ଟା ପରେ ନିର୍ବାଚନ କରାଯାଇ ଗଣତି କରାଯାଇଥିଲା | ବିଜେଡି ସମର୍ଥିତ ପ୍ରାର୍ଥୀ ବରୁଣ ସର ଉପାଧ୍ୟକ୍ଷ ନିର୍ବାଚିତ ହେବା ନେଇ ନିର୍ବାଚନ ଅଧିକାରୀ ଓଡାପଡା ବିଡ଼ିଓ ଅପରାହ୍ନ ୨ ଟା ବେଳେ ସରକାରୀ ଭାବେ ଘୋଷଣା କରିଥିଲେ। ଏହି ନିର୍ବାଚନ ଛକlପଞ୍ଝା ରେ ରହିଥିବାରୁ ବ୍ଲକ କାର୍ଯ୍ୟଳୟ ବାହାରେ ବହୁ ଦଳୀୟ ସମର୍ଥକ , କର୍ମୀ, କାର୍ଯ୍ୟ କର୍ତ୍ତାଙ୍କ ସମେତ ହିନ୍ଦୋଳ ବିଧାୟିକା ସୀମାରଣୀ ନାୟକ ଉପସ୍ଥିତ ଥିଲେ। ଫଳା ଫଳ ଘୋଷଣା ପରେ କର୍ମୀମାନେ ଉତ୍ସlହିତ ହୋଇ ବାଣ ଫୁଟାଇ ଖୁସି ମନାଇ ଥିବା ଦେଖାଯାଇଥିଲା |