<h3>ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ .., ମୋହନ ଚରଣ ମାଝୀ .,.,. ଜନତାଙ୍କ ସହ ଯୋଡି ହୋଇ ରହିବା ଲୋକଙ୍କ ସେବା କରିବା ବିଶେଷକରି ଆଦିବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗରେ ବିଧାନସଭାରେ ବେଶ୍ ଶାଣିତ ଢଙ୍ଗରେ ସର୍ବଦା ସ୍ୱର ଉଠାଉଥିଲେ .., ଜଣେ ଦକ୍ଷ ରାଜନେତା ଭାବେ ସେ ଖୁବ ଲୋକପ୍ରିୟ ମଧ୍ୟ ହୋଇପାରିଥିଲେ । ୧୯୭୨ ମସିହା ଜାନୁୟାରୀ ୬ତାରିଖରେ କେନ୍ଦୁଝର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ରାଇକଳା ଗାଁରେ ଏକ ଗରିବ ପରିବାରରେ ମୋହନଙ୍କ ଜନ୍ମ ହୁଏ ,.,. ପିତା ଗୁନାରାମ ମାଝୀ ନିଜ ଗାଁ ରାଇକଳା ବିଦ୍ୟାଳୟ ରେ ପିଅନ ରୂପେ କାର୍ଯ୍ୟରତ ଥିଲେ । ପିଲାଟି ବେଳୁ ସେ ତାଙ୍କ ମା ବାଲେଶ୍ଵରୀ ମାଝୀଙ୍କୁ ହରାଇଥିଲେ..ମାଝୀଙ୍କ ତଳେ ତାଙ୍କର ଜଣେ ଭାଇ ପୂର୍ଣ୍ଣ ଚନ୍ଦ୍ର ମାଝୀ ଓ ଭଉଣୀ ରାସମଣୀ ମାଝୀ ଥିଲେ । କିଛି ବର୍ଷ ପୂର୍ବେ ଭାଇ ଓ ପିତା ମଧ୍ୟ ଇହଲୀଳା ତ୍ୟାଗକରିଛନ୍ତି ଘରର ବଡପୁଅ ଭାବେ ତାଙ୍କ ଉପରେ ପଡିଥିଲା ସମ୍ପୁର୍ଣ୍ଣ ପରିବାରର ଦାୟିତ୍ବ, ନିଜ ଗାଁଠୁ ୫କିଲୋମିଟର ଦୂର ଝୁମ୍ପୁରାକୁ ସେ ଚାଲିଚାଲି ଯାଇ ଟିଉସନ୍ କରି ଘରର ଗୁଜୁରାଣ ମେଣ୍ଟାଉଥିଲେ,.. ଗାଁ ବିଦ୍ୟାଳୟରେ ୭ମ ପର୍ଯ୍ୟନ୍ତ ପଢ଼ିବା ପରେ ସିଏ ଝୁମ୍ପୁରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ପାଠ ପଢିଥିଲେ। ୧୯୮୭ ମସିହାରେ ମାଟ୍ରିକ ପାସ୍ କରିଥିଲେ । ଏହାପରେ ଆନନ୍ଦପୁର ସରକାରୀ ମହାବିଦ୍ୟାଳୟରେ ୧୯୯୦ ମସିହାରେ+୨ କଳା ରେ ପାସ୍ କରିଥିଲେଟ୍ଟ. ଏହାପରେ ୧୯୯୩ ମସିହାରେ ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ+୩ କଳା ପାସ୍ କରିଥିଲେ.,. ୨୦୧୧ ମସିହାରେ ସେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟରୁ LLB ପାସ୍ କରିଥିଲେଟ୍ଟ, କିଛିଦିନ ପାଇଁ ସିଏ ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଶିକ୍ଷକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ, ପରେ ଆରମ୍ଭ ହୋଇଥିଲା ରାଜନୈତିକ ପ୍ରବେଶ ପ୍ରଥମେ ନିଜଗ୍ରାମ ସମିତି ସଭ୍ୟ ରୂପେ ଠିଆହୋଇ ହାରିଥିଲେ । ଏହାପରେ ୧୯୯୭ ମସିହାରେ ରାଇକଳା ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ଜିତି ସେ ଆରମ୍ଭ କରିଥିଲେ ନିଜ ରାଜନୈତିକ କ୍ୟାରିୟର୍ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି..,. ପ୍ରଥମେ ୨୦୦୦ ମସିହା, ପରେ ୨୦୦୪ ଓ ୨୦୧୯ ମସିହା ଓ ଏବେ ୨୦୨୪ ମସିହାରେ ଚତୁର୍ଥ ଥର ପାଇଁ ସଦର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏହାଛଡା ସିଏ ସରକାରୀ ଉପମୁଖ୍ୟ ସଚେତକ, ପବ୍ଲିକସ ଆକାଉଣ୍ଟ କମିଟି ର ଅଧ୍ୟକ୍ଷ ଓ ବିରୋଧୀ ଦଳର ମୁଖ୍ୟ ସଚେତକ ରୂପେ କାର୍ଯ୍ୟ ତୁଲାଇଥିଲେ ମୋହନ ମଧ୍ୟ କେନ୍ଦୁଝର ରାଇକଳା ରାଇଜି ଷ୍ଟାର କ୍ଲବର ଜଣେ ପେଷାଦାର ଫୁଟବଲ ଖେଳାଳୀ ମଧ୍ୟ ରହିଥିଲେ ..,. ତାଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ପେଶାରେ ଜଣେ ଡାକ୍ତର । ତାଙ୍କର ଦୁଇ ପୁଅ ଅଛନ୍ତି । ସେ ସାମାଜିକ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ସେ ନିଜର ଅବସର ସମୟରେ ଗୀତ ଗାଇବା ଓ ପଢ଼ିବାକୁ ଭଲ ପାଇଥାନ୍ତି । ମୋହନ ନିଜର ବଳିଷ୍ଠ ଯୁକ୍ତି ଓ ଆଦିବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗରେ ବିଧାନସଭାରେ ବେଶ୍ ଶାଣିତ ଢଙ୍ଗରେ ନିଜର ସ୍ୱର ଉଠାଇଥାନ୍ତି।</h3>