ଅନେକ ଲୋକ ନିଜର ପ୍ରିୟଜନଙ୍କର ସବୁଠାରୁ ସ୍ପେସିଆଲ ଦିନ ବା ଜନ୍ମଦିନଟିକୁ ବେଶ୍ ଖୁସୀ ଆନନ୍ଦରେ ପାଳନ କରିଥାନ୍ତି । ଆଜିକାଲି ଜନ୍ମ ଦିନକୁ ନିଆରା ଏବଂ ସ୍ମରଣୀୟ କରିବା ପାଇଁ ସରପ୍ରାଇଜ ପାର୍ଟି,କେକ୍ କଟିଂ, ଫଂସନ, ନାଚଗୀତ, ଖିଆପିଆ ଭଳି ଅନେକ କିଛି ଆୟୋଜନ କରା ଯାଉଛି । କିନ୍ତୁ ଏପରିବି କିଛି ଲୋକ ଅଛନ୍ତି ଯେଉଁମାନେ ବିନା କୌଣସି ଆଡ଼ମ୍ବରରେ ନିଜ ପ୍ରିୟ ଜନଙ୍କ ପାଇଁ ଏକ ନିଆରା ଅନୁଭୂତି ଆଣିଦେଇଥାନ୍ତି । ଏମିତି ଏକ ସୁନ୍ଦର କାହାଣୀ ଆମ ନଜରକୁ ଆସିଛି । କାହାଣୀଟି ରାଉରକେଲାର ସେଲରେ କାମ କରୁଥିବା ବିମଳେନ୍ଦୁ ଷଡ଼ଙ୍ଗୀ ଏବଂ ଜଣେ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ତାଙ୍କ ଅତିପ୍ରିୟ ଧର୍ମପତ୍ନୀ ସସ୍ମିତା ଷଡ଼ଙ୍ଗୀ ଙ୍କର । ପତ୍ନୀ ଙ୍କର ଜନ୍ମ ଦିନଟିକୁ ଖାସ ଏବଂ ସ୍ମରଣୀୟ କରିବା ପାଇଁ ସେ ନିଜ ତରଫରୁ ଏକ ଛୋଟିଆ ପ୍ରୟାସ କରିଛନ୍ତି, ଯାହା ସମାଜ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଉଦାହରଣ ହୋଇ ପାରିବ । ତେବେ କାହାଣୀଟି ଏହିପରି, ବିମଳେନ୍ଦୁ ଷଡ଼ଙ୍ଗୀ କହୁଛନ୍ତି ଆଜି ଧର୍ମପତ୍ନୀ ସ୍କୁଲ ବହାରିଲାବେଳେ ଗୋଟେ ଖାମ ଧରେଇ ଦେଇ ହେପି ବାର୍ଥ ଡେ କହିଲି। ସେ କହିଲେ କଣ ଏଇଟା ? ମୁଁ କହିଲି କିଛି ଦିନ ତଳେ କହୁଥିଲ ପରା କୋରୋନା ଅସୁବିଧା ପାଇଁ ଗୁଡ଼ାଏ ପିଲା ସ୍କୁଲ ଫି ଦେଇ ପାରି ନାହାନ୍ତି । ଏଥିରେ ଜଣକର ଫି ଅଛି ଆଜି ଜମା କରିଦିଅ। ୟା ଠୁ ବଳି ଖୁସି ଆଉ ଜନ୍ମଦିନରେ କଣ ହେବ ଯେ ? ସତରେ ୟାଠୁ ଭଳି ସୁନ୍ଦର ଉପହାର ଆଉ କଣ ବା ହେଇପାରିବ । ଆଜି କାଲିକା ବାର୍ଥଡେ ସେଲିବ୍ରେସନ ରେ ହଜାର ହଜାର ଟଙ୍କା ଖର୍ଚ୍ଚ କରାଯାଉଛି । ଅନ୍ୟପଟେ ଦେଖିବାକୁ ଗଲେ ଦୁନିଆରେ ଅନେକ ଅସହାୟ ଅଛନ୍ତି । ପ୍ରତ୍ୟେକ ଲୋକ ଯଦି ନିଜ ନିଜ ଜନ୍ମ ଦିନରେ ଏପରି ଜଣେ ଅସହାୟଙ୍କୁ ସାହାଯ୍ୟ କରନ୍ତି ତେବେ ଭାବନ୍ତୁ ତ କେତେ ପ୍ରତିଦିନ କେତେ ଜଣ ଅସହାୟ ଉପକୃତ ହୋଇ ପାରନ୍ତେ ।
#SocialMessage #NNSODIA