ଭୁବନେଶ୍ୱର(ଏନଏନଏସ୍): ପୁର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କୁ ମିଳିଛି ଏକ ଗୁରୁ ଦାୟିତ୍ୱ । ତାଙ୍କୁ ରାଜ୍ୟ କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ । ଏସଂକ୍ରାନ୍ତରେ କେନ୍ଦ୍ରୀୟ ସାଧାରଣ ସଂପାଦକ ଏକ ନିଦେ୍ର୍ଦଶନାମା ଜାରି କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ ୨୦୨୪ ସାଧାରଣ ନିର୍ବାଚନରେ ଶ୍ରୀ ପଟ୍ଟନାୟକ ପ୍ରଚାର କମିଟିର ଅଧ୍ୟକ୍ଷରୂପେ ଦାୟିତ୍ୱ ତୁଲାଇବେ । ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ବିଜୟଙ୍କ ଯୋଗଦାନ କଂଗ୍ରେସକୁ ମଜବୁତ କରିବ ବୋଲି କର୍ମୀ ମହଲରେ ଚର୍ଚ୍ଚା ହେଉଛି । ଏହା କେତେ ଦୂର ସଫଳ ହେବ ତାହା ଆଗାମୀ ଦିନରେ ସମୟ କହିବ ।