ନିର୍ବାଚନ ମଣ୍ଡଳୀରୁ ବଡ଼ ଘୋଷଣା। ଡିସେମ୍ବର ୩ରେ ମିଜୋରାମ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ ନାହିଁ । ଏହି ତାରିଖ ୩ ବଦଳରେ ୪କୁ ଘୁଞ୍ଚାଯାଇଛି । ଭୋଟ୍ ଗଣନା ରବିବାର ପରିବର୍ତ୍ତେ ସୋମବାର (ଡିସେମ୍ବର ୪) ହେବ।
ମିଜୋରାମବାସୀଙ୍କ ପାଇଁ ରବିବାରର ବିଶେଷ ମହତ୍ତ୍ବ ରହିଛି ବୋଲି ନିର୍ବାଚନ ମଣ୍ଡଳୀରୁ ଖବର ଆସିଛି। ଏହି କାରଣରୁ ତାରିଖ ପରିବର୍ତ୍ତନ କରାଯାଇଛି । ଅନେକ ଲୋକ ତାରିଖ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲେ। ନଭେମ୍ବର ୭ ରେ ମିଜୋରାମର ୪୦ ଟି ସିଟ୍ ପାଇଁ ଭୋଟ୍ ଅନୁଷ୍ଠିତ ହୋଇଥିଲା।
ବାସ୍ତବରେ, ୩ ଡିସେମ୍ବର ହେଉଛି ରବିବାର । ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ବିଶେଷ ଭାବରେ ରବିବାର ଦିନ ଚର୍ଚ୍ଚକୁ ଯାଆନ୍ତି । ଏହି କାରଣରୁ ତାରିଖ ପରିବର୍ତ୍ତନ କରାଯାଇଛି । ରାଜ୍ୟରେ ଜନସଂଖ୍ୟାର ୮୭ ପ୍ରତିଶତ ଖ୍ରୀଷ୍ଟିଆନ । ଫଳାଫଳ ତାରିଖରେ ପରିବର୍ତ୍ତନ କରାଯାଉ ବୋଲି ଲୋକମାନେ ଦାବି କରୁଥିଲେ।