ଶେଷ ହୋଇଛି ବହୁଚର୍ଚ୍ଚିତ ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚନ । ରାଜଧାନୀର ଏହି ସମ୍ଭ୍ରାନ୍ତ କ୍ଲବର ସଭାପତି ନିର୍ବାଚନ ବିଗତ କିଛି ଦିନ ଧରି ସାରା ରାଜ୍ୟରେ ବେଶ ଚର୍ଚ୍ଚାରେ ରହି ଆସିଥିଲା । ତେବେ ଭୋଟ ଗଣତି ପରେ ବିଜୟଙ୍କୁ ୪୯୮ ମିଳିଥିବା ବେଳେ ଅସିତ ତ୍ରିପାଠୀ ସର୍ବମୋଟ ୭୭୬ ଭୋଟରେ ବିଜୟ ପ୍ରାପ୍ତ କରିଛନ୍ତି ।
ନିର୍ବାଚନ ମୈଦାନରେ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ-ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ ଥିବାବେଳେ ବାଜି ମାରି ନେଇଛନ୍ତି ଅସିତ । ୨୭୮ ଭୋଟରେ ବିଜୟୀ ହୋଇ ରାଜ୍ୟର ଏହି ମର୍ଯ୍ୟଦାଜନକ କ୍ଲବର ସଭାପତି ନିର୍ବାଚିତ ହୋଇ ପାରିଛନ୍ତି ଅସିତ ତ୍ରିପାଠୀ ।
ପୂର୍ବତନ ଆଇଏଏସ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ ପରେ କ୍ଲବର ସଭାପତି ପଦ ଖାଲି ରହିଥିଲା । ତେବେ ଆଜି ଫଳାଫଳ ପ୍ରକାଶ ସହିତ ନିର୍ବାଚନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ପରିସମାପ୍ତ ଘଟିଛି ।
#BhubaneswarClubElection #AshitTripathy #nnsodia