NNS ଓଡିଆ
  • ତାଜା ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଦେଶ ବିଦେଶ
  • କ୍ରୀଡ଼ା
  • ବାଣିଜ୍ୟ
  • ସ୍ବାସ୍ଥ୍ୟ
  • ଅନ୍ୟାନ୍ୟ
    • ଜ୍ୟୋତିଷ
    • ଶିକ୍ଷା ଓ ନିଯୁକ୍ତି
    • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ଭିଡ଼ିଓ ଗ୍ୟାଲେରି
No Result
View All Result
  • ତାଜା ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଦେଶ ବିଦେଶ
  • କ୍ରୀଡ଼ା
  • ବାଣିଜ୍ୟ
  • ସ୍ବାସ୍ଥ୍ୟ
  • ଅନ୍ୟାନ୍ୟ
    • ଜ୍ୟୋତିଷ
    • ଶିକ୍ଷା ଓ ନିଯୁକ୍ତି
    • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ଭିଡ଼ିଓ ଗ୍ୟାଲେରି
No Result
View All Result
NNS ଓଡିଆ
No Result
View All Result
Home ତାଜା ଖବର

ଚାଷୀ ସମସ୍ୟା ନେଇ ବିଜେପିର ଆନ୍ଦୋଳନ ଡାକରା : ଆସନ୍ତା ୧ ଓ ୨ରେ ରାଜ୍ୟବ୍ୟାପୀ ଚାଷୀ ମଣ୍ଡି ଓ ସିଏସଓ ଅଫିସ କରିବ ଘେରାଓ

nnsodia by nnsodia
29/06/2021
in ତାଜା ଖବର, ରାଜ୍ୟ
Reading Time: 1 mins read
0
0
ଚାଷୀ ସମସ୍ୟା ନେଇ ବିଜେପିର ଆନ୍ଦୋଳନ ଡାକରା : ଆସନ୍ତା ୧ ଓ ୨ରେ ରାଜ୍ୟବ୍ୟାପୀ ଚାଷୀ ମଣ୍ଡି ଓ ସିଏସଓ ଅଫିସ କରିବ ଘେରାଓ
0
SHARES
0
VIEWS
Share on FacebookShare on WhatsappShare on Twitter

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା ହେଉଛି ଓଡିଶା ଏବଂ ମୋଦି ସରକାର ଓଡିଶାର ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି । ଓଡିଶାର ଗରିବ, ଅସହାୟ, ଚାଷୀ ଏବଂ ତୃଣମୂଳସ୍ତରରେ ଥିବା ଲୋକମାନଙ୍କ ପାଇଁ ମୋଦି ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବ୍ୟାପକ ଅର୍ଥ ପଠାଉଛନ୍ତି । କିନ୍ତୁ ଦୁର୍ଭଗ୍ୟର କଥା ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ କେନ୍ଦ୍ରୀୟ ଅନୁଦାନ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଂଚି ପାରୁନାହିଁ । ବିଶେଷ କରି ଚାଷୀମାନଙ୍କୁ ରାଜ୍ୟ ସରକାର ପ୍ରତାରଣା କରିଚାଲିଛନ୍ତି । କେନ୍ଦ୍ର ସରକାର ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରିବା, ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅର୍ଥ ଯୋଗାଇବା, ବିଭିନ୍ନ ସାର ଓ ଚାଷ ଉପକରଣରେ ରିହାତି ଦେବାବେଳେ ରାଜ୍ୟସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ ଓଡିଶାର ଚାଷୀକୂଳ ଆଜି ହତାଶ ହୋଇଛି । ମୋଦି ସରକାରଙ୍କ ବିକାଶ କାର୍ଯ୍ୟରେ ଓଡିଶା ରାଜ୍ୟ ଫୋକସରେ ରହିଛି । ନୂଆ ଓଡିଶା ଗଢିବୁ ଏବଂ ଓଡିଆଙ୍କ ହକ୍ ପାଇଁ ଲଢିବୁ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ପାଖରେ ଧାନ ବିକ୍ରି ନହୋଇପାରି ସ୍ଥାନୀୟ ମଣ୍ଡିଗୁଡିକରେ ପଡିରହିଛି । ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି ପାଇଁ ଥିବା ବିଧି ବ୍ୟବସ୍ଥାରେ ପ୍ରାୟ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ଟୋକନ ଲ୍ୟାପସ୍ ହେବା କାରଣରୁ ସେମାନଙ୍କ ଧାନ ମଣ୍ଡିରେ ପଡିରହିଛି । ଏଥିପାଇଁ ଯେତେ ସଂଖ୍ୟାରେ ଚାଷୀ ପଞ୍ଜୀକରଣ କରିଥିଲେ ଟୋକନ ନଦେବା କାରଣରୁ ସେମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଖୋଲା ବଜାରରେ କ୍ୱିଂଟାଲ ପିଛା ୯୦୦-୧୧୦୦ ଟଙ୍କାରେ ଧାନବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ଟୋକନ ପାଇଥିବା ଚାଷୀ ମଣ୍ଡିରେ ଧାନବିକ୍ରି କଲାବେଳେ ମିଲର୍ସମାନେ ମନଇଚ୍ଛା କ୍ୱିଂଟାଲ ପିଛା ୮/୧୦ କେଜି କଟନୀ ଛଟନୀ କରି ଚାଷୀଙ୍କୁ ଶୋଷଣ କରୁଛନ୍ତି । ଚଳିତ ରବି ଋତୁରେ ସରକାର ଟୋକନର ଅବଧି ମାତ୍ର ୧୨ ଦିନ କରିଦେଇଥିବାରୁ ଅନେକ ଚାଷୀଙ୍କ ଟୋକନ ଲ୍ୟାପସ ହୋଇଛି । ମଣ୍ଡିରେ ପଡିଥିବା ଧାନ ଗଜା ହେବାର ଦୃଶ୍ୟ ପ୍ରତିଦିନ ଗଣମାଧ୍ୟମରେ ପ୍ରସାରଣ ହେଉଛି । ଏପରି ଅବ୍ୟବସ୍ଥା ବିରୁଦ୍ଧରେ ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ଗତ ୨୫ ତାରିଖ ଦିନ ରାଜ୍ୟ ଯୋଗାଣ ନିଗମ ଆଗରେ ଧାରଣା ଦିଆଯିବା ସହ ତୁରନ୍ତ ବାକି ଥିବା ଧାନକୁ କିଣିବା ପାଇଁ ଦାବି କରାଯାଇଥିଲା । ୩୦ ତାରିଖ ସୁଦ୍ଧା ଧାନ ସବୁ କିଣାଯିବ ବୋଲି ଯୋଗାଣ ନିଗମ ଅଧିକାରୀ ପ୍ରତଶୃତି ଦେବା ପରେ ବି ଏଯାବତ୍ ଧାନ କିଣିବା ନେଇ କୌଣସି ପନ୍ଥା ବାହାର କରାଯାଇନାହିଁ ।
ଓଡିଶାରେ ଧାନ ସଂଗ୍ରହ ପ୍ରକ୍ରିୟା, ପ୍ରଚଳିତ ବ୍ୟବସ୍ଥା ଏବଂ ବିଭିନ୍ନ ସମସ୍ୟା ନେଇ ଚଳିତ ବର୍ଷ ମାର୍ଚ୍ଚ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସରଜମିନ ତଦନ୍ତ କରିବା ପାଇଁ ଖାଉଟି ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ, ଫୁଡ ଏବଂ ପବ୍ଲିକ ଡିଷ୍ଟ୍ରିବୁସନ ବିଭାଗର ଅଧିକାରୀ ଏବଏଫ୍‌ସିଆଇର ବରିଷ୍ଠ ଅଧିକାରୀମାନେ ବରଗଡ ଜିଲ୍ଲା ପଦ୍ମପୁର (ସୋହେଲା ମାର୍କେଟ ୟାର୍ଡ), ବଲାଙ୍ଗୀର ଜିଲ୍ଲାର ସାଲେଭଟା, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ଏବଂ ନୟାଗଡ ଜିଲ୍ଲାର ରଣପୁର ବ୍ଲକ ସ୍ଥିତ କେରାଣ୍ଡ ଆରଏମସି ପରିଦର୍ଶନ କରିବା ସହ ଆରଏମସି, ପ୍ୟାକ୍ସ୍‌, ରାଜ୍ୟ ସିଭିଲ ସପ୍ଲାଏ କର୍ପୋରେସନର ଅଧିକାରୀ ତଥା ଅନୁସନ୍ଧାନକାରୀ ଟିମଙ୍କ ସହ ଆଲୋଚନା କରିଥିଲେ । ଓଡିଶାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ବିରୁଦ୍ଧରେ କେନ୍ଦ୍ରୀୟ ପ୍ରତିନିଧୀ ଦଳ ୫୬ ପୃଷ୍ଠାର ରିପୋର୍ଟରେ ଦର୍ଶାଇଛନ୍ତି ଯେ, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଧାନ କିଣିବା ସମୟସୀମାକୁ ସମସ୍ତ ଆରଏମସି ଗୁଡିକରେ କମାଇ ଦିଆଯାଇଛି । ଯାହାଫଳରେ ଟୋକନ ନଷ୍ଟ ହେବା ଯୋଗୁଁ କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀମାନେ ହତାଶ ହୋଇଛନ୍ତି ା ଧାନ ସଂଗ୍ରହ ପାଇଁ କେନ୍ଦ୍ର ସରକାରଙ୍କ ୧୫୧ ଦିନର ସମୟ ଅବଧିକୁ ଅଣଦେଖା କରାଯାଇଛି । ସିଭିଲ୍ ସପ୍ଲାଏ ବିଭାଗ ଦ୍ୱାରା ପିପିସି ସେଂଟରରେ ଜାରୀ କରାଯାଇଥିବା ୩୦ ଦିନିଆ ଟୋକନ ବ୍ୟବସ୍ଥାର ଅପବ୍ୟବହାର କରାଯାଉଛି । ରାଜ୍ୟରେ ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବିରେ ବିଜେପି ପକ୍ଷରୁ କୋଭିଡ ଗାଇଡଲାଇନକୁ ପାଳନ
କରି ଆସନ୍ତା ଜୁଲାଇ ୧ ଏବଂ ୨ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ । ଜୁଲାଇ ୧ ଓ ୨ ତାରିଖରେ ଚାଷୀଙ୍କ ସହ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟର ସମସ୍ତ ଧାନମଣ୍ଡି ଆଗରେ ଧାରଣା ଦେଇ ରାଜରାସ୍ତା ରୋକିବା ସହ ସ୍ଥାନୀୟ ସିଏସ୍‌ଓ କାର୍ଯ୍ୟାଳୟ ସମ୍ମୁଖରେ
ପ୍ରତିବାଦ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରା ଆବାସ ଯୋଜନା ଏକ ଫ୍ଲାଗସିପ୍ ପ୍ରୋଗ୍ରାମ । କିନ୍ତୁ ରାଜ୍ୟସରକାର ଏଠି ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି । ଯୋଗ୍ ହିତାଧିକାରୀମାନେ ଖଣ୍ଡେ ଘରେ ପାଇବାରୁ ବଂଚିତ ହେଉଛନ୍ତି । ସାରା ରାଜ୍ୟରେ ୧୦ ରୁ ୨୫ ହଜାର ଟଙ୍କାର ଲାଂଚ ନଦେଲେ ପକ୍କା ଘର ଖଣ୍ଡେ ମିଳିବା କଷ୍ଟକର ହୋଇପଡିଛି । ପକ୍କା ଘର ବଂଟନରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ ନାହିଁ । ଏସ୍‌ଇସିସି ତାଲିକା ଅନୁଯାୟୀ ରାଜ୍ୟ ସରକାର ସମସ୍ତଙ୍କୁ ଘର ଯୋଗାଇଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ ଅନେକ ଯୋଗ୍ୟ ହିତାଧିକାରୀ ଏପର୍ଯ୍ୟନ୍ତ ପକ୍କା ଘର ଖଣ୍ଡେ ପାଇ ନାହାଁନ୍ତି । କେନ୍ଦ୍ରୀୟ ଟିମ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଅନିୟମିତତା ବିରୁଦ୍ଧରେ ରିପୋର୍ଟ ଦେବା ସତ୍ୱେ ରାଜ୍ୟ ସରକାର ସଂପୃକ୍ତ ଅଂଚଳର ବିଡିଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି । କେନ୍ଦ୍ର ସରକାର ଚଳିତ ବର୍ଷ ପାଇଁ ୮ ଲକ୍ଷ ୧୭ ହଜାର ପକ୍କା ଘର ଯୋଗାଇବା ନେଇ ଅର୍ଥ ପ୍ରଦାନ କରିଛନ୍ତି । ଜଣେ ବି ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବାରୁ ଯେପରି ବଂଚିତ ନରୁହେ ସେଦିଗରେ ରାଜ୍ୟ ସରକାର କାର୍ଯ୍ୟ କରିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି । ପ୍ରତି ଗାଁରେ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିଜୁଳି, ଉଜ୍ଜଳା ଯୋଜନାରେ ଗ୍ୟାସ ,ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ଏବଂଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଉଛି । ପଂଚଦଶ ଅର୍ଥ କମିଶନରେ ପଂଚାୟତଗୁଡିକୁ ବ୍ୟାପକ ଅର୍ଥ ଆସୁଛି । କିନ୍ତୁ ଲୋକଙ୍କ ବିକାଶରେ ରାଜ୍ୟ ସରକାର ଏଠି ବାଧକ ସାଜିଛନ୍ତି । ୨୦୨୨ ସୁଦ୍ଧା ଓଡିଶାର ପ୍ରତ୍ୟେକ ଗରିବ ଲୋକ ପାଖରେ ପକ୍କା ଘର ନପହଂଚାଇ ପାରିଲେ ବିଜେଡି ସରକାର ହିଁ ଦାୟୀ ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଆବଂଟନ କରିଥିବା ରାଜ୍ୟର ୩୦ଟି ଜିଲ୍ଲାରୁ ୨୧ ଟି ଜିଲ୍ଲାକୁ ପକ୍କା ଘର  ଆବଂଟନ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ । ଯେଉଁମାନଙ୍କର ପକ୍କା ଘର ନାହିଁ ସେମାନେ ନିକଟସ୍ଥ ପଂଚାୟତ କିମ୍ବା ବ୍ଲକରେ ସେମାନଙ୍କର ଆବେଦନ ଦାଖଲ କରି ପାରିବେ । ଯେଉଁ ୯ ଟି ଜିଲ୍ଲାରେ ପକ୍କା ଘର ପାଇଁ କୌଣସି ଆଲର୍ଟମେଂଟ ହୋଇନାହିଁ ସେଠାରେ ଥିବା ଗରିବ ଲୋକ କାହିଁକି ନିଜ ଅଧିକାରରୁ ବଂଚିତ ରହିଲେ, ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ସମସ୍ତ ଯୋଗ୍ୟ ହତାଧିକାରୀଙ୍କୁ ପକ୍କା ଘର  ଯୋଗାଇବା ଦାବିରେ ଆସନ୍ତା ଜୁଲାଇ ୭,୮,୯ ତାରିଖ ତିନି ଦିନ ଧରି ରାଜ୍ୟର ସମସ୍ତ ବ୍ଲକ ସାମ୍ନାରେ ବିଜେପି ତରଫରୁ ପ୍ରତିବାଦ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାଜ୍ୟ ମୁଖପାତ୍ର ବିରଂଚି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥେି ଲ ।

Plugin Install : Subscribe Push Notification need OneSignal plugin to be installed.
nnsodia

nnsodia

NEWS| CURRENT AFFAIRS|POLITICS| INTERNATIONAL| NATIONAL|REGIONAL| VIEWS|DEBATE|OPINION POLL| LIFESTYLE| HERITAGE| TOURISM|SPORTS|MUSIC| ENTERTAINMENT|BUSINESS|ARTICLES|POETRY|LITERATURE|STORY TELLING|STANDUP| VLOGS|PHOTOGRAPHY|AUTOMOBILE|INDUSTRIES|GOSSIP|MOVIES|

Related Posts

ଆଜିକୁ ୨୫ ବର୍ଷ ପୁରିଲା ମହାବାତ୍ୟା
News

ଆଜିକୁ ୨୫ ବର୍ଷ ପୁରିଲା ମହାବାତ୍ୟା

29/10/2024
ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
News

ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

29/10/2024
ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ
News

ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ

29/10/2024
  • About
  • Advertise
  • Careers
  • Contact
Call us: +91 9437055221

© 2023 NNS Odia - Designed by TT INFOTECHS.

No Result
View All Result
  • ତାଜା ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଦେଶ ବିଦେଶ
  • କ୍ରୀଡ଼ା
  • ବାଣିଜ୍ୟ
  • ସ୍ବାସ୍ଥ୍ୟ
  • ଅନ୍ୟାନ୍ୟ
    • ଜ୍ୟୋତିଷ
    • ଶିକ୍ଷା ଓ ନିଯୁକ୍ତି
    • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ଭିଡ଼ିଓ ଗ୍ୟାଲେରି

© 2023 NNS Odia - Designed by TT INFOTECHS.

Welcome Back!

Login to your account below

Forgotten Password? Sign Up

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.
All fields are required. Log In

Retrieve your password

Please enter your username or email address to reset your password.

Log In

Add New Playlist

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.