ଶେଷରେ ପୋଲିସବଳ ପ୍ରୟୋଗକରି ଶ୍ରୀକାନ୍ତଙ୍କୁ ଗରାପୁରର ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳୁ ଉଠାଇନେଲା ଜିଲ୍ଲା ପ୍ରଶାସନ । ଦିର୍ଘ ୬ ଦିନଧରି ଭିତରକନିକାର ସୁରକ୍ଷା ଦାବିକରିବା ସହିତ ଖରସ୍ରୋତାନଦୀରୁ ଭଦ୍ରକ ଜିଲ୍ଲାକୁ ପାଣି ପ୍ରକଳ୍ପ ବନ୍ଦ ଦାବିରେ କେନ୍ଦ୍ରାପଡା ଗରାପୁରର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ଗାନ୍ଧିଜୀଙ୍କ ପ୍ରତିମୁର୍ତ୍ତି ତଳେ ଆମରଣ ଅନସନରେ ବସିଥିଲେ ପରିବେଶବିତ୍ ଶ୍ରୀକାନ୍ତ । ଭିତରକନିକାର ଜୀବନ ସହିତ ନିଜ ଜୀବନକୁ ଯୋଡିଥିଲେ ସେ । ୬ ଦିନ ପର୍ଯ୍ୟନ୍ତ ଅନାହାରରେ ରହିଥିବା ଶ୍ରୀକାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଥିଲା । ଗତକାଲି ଜଣେ ଡାକ୍ତର ଶ୍ରୀକାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଆସିଥିବାବେଳେ ଶ୍ରୀକାନ୍ତ ତାଙ୍କୁ ଫେରାଇଦେଇଥିଲେ । ଶେଷରେ ପୋଲିସ ସହାୟତାରେ ଜିଲ୍ଲାପ୍ରଶାସନ ଶ୍ରୀକାନ୍ତଙ୍କୁ କେନ୍ଦ୍ରାପଡା ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି ।
#bhitarakanika #kendrapara #NNSODIA