ଜଣେ କର୍ତ୍ତବ୍ୟ ରତ ଗଣମାଧ୍ୟମର ପ୍ରତିନିଧିଙ୍କୁ ଖୋଦ୍ ଏସ୍ ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳା ପୋଲିସ କନେଷ୍ଟବଳଙ୍କ ମାଡ ମାରିବା ଘଟଣାକୁ ନେଇ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରିଛି ଭାରତୀୟ ମାନବାଧିକାର ପରିଷଦ । ଏହି ବିକ୍ଷୋଭରେ ଭାରତୀୟ ମାନବାଧିକାର ପରିଷଦର ଶହଶହ ସଦସ୍ୟଙ୍କ ସହିତ ସାମିଲ ହୋଇଛନ୍ତି ଜିଲ୍ଲା କର୍ମକର୍ତ୍ତା ମାନେ । । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିବା ସହିତ ଜିଲ୍ଲାପ୍ରଶାସନଙ୍କୁ ପ୍ରଶ୍ନ ବାଣରେ ଛନ୍ଦିଛି ମାନବାଧିକାର ପରିଷଦ । ଆଇନର ରକ୍ଷକ ପୋଲିସ ସର୍ବ ସମ୍ମୁଖରେ ଆଇନକୁ ହାତକୁ ନେଇଥିଲେ ମଧ୍ୟ ଏଠି ପୋଲିସ ପ୍ରଶାସନ ଚୁପ୍ କାହିଁକି ବୋଲି ପ୍ରଶ୍ନ ଉଠିଛି । ଯାହାକୁ ନେଇ ରାଜ୍ୟ ସାରା କେନ୍ଦ୍ରାପଡା ପୋଲିସର ଆଇନ ଅବମାନନା କାର୍ଯ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ତୁରନ୍ତ ମହିଳା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି ।