ରାଜ୍ୟରେ ଭାରତବନ୍ଦ ପ୍ରଭାବ
କେନ୍ଦ୍ର ବିରୋଧରେ ମିଳିତ କୃଷକ ସଂଘ , ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଂଗଠନର ଭାରତ ବନ୍ଦର ପ୍ରଭାବ ପଡିଛି କେନ୍ଦ୍ରାପଡା ସହରରେ । ଲଘୁଚାପ ଜନିତ ବର୍ଷା ତୁହାକୁ ତୁହା ହେଉଥିବା ଅବସ୍ଥାରେ ଆନ୍ଦୋଳନକାରୀମାନେ ଆଜି କେନ୍ଦ୍ରାପଡା ସହରର ତିନିମୁହାଣି ବଜାରରେ ରାସ୍ତାଅବରୋଧ କରିଛନ୍ତି । ଫଳରେ କଟକ କେନ୍ଦ୍ରାପଡା, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ, ଆଳି, ରାଜନଗର ରାଜକନିକାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ୩ଟି କୃଷି ନିତୀକୁ ପ୍ରତ୍ୟାହାର କରିବା ଦାବିରେ ଦିର୍ଘ ୯ ମାସ ଧରି ଦିଲ୍ଲୀ ରାଜରାସ୍ତାରେ ୪୩ଟି କୃଷକ ସଂଗଠନ ଆନ୍ଦୋଳନ କରି ଆସୁଛନ୍ତି ।
ଆଜିସାଲେପୁର ରେ ଭାରତ ବନ୍ଧପ୍ରଭାବଦେଖିବାକୁ ମିଳିଛି, କୃଷି ଆଇନକୁ ବିରୋଧ କରି ବିଭିନ୍ନ ସଙ୍ଘଠନ ବିରୋଧୀ ଦଳ ପକ୍ଷରୁ ସାରାଦେଶରେ ଭାରତ ବନ୍ଦ ପ୍ରଭାବ ପଡ଼ିଥିବାବେଳେସାଲେପୁର ଆଜିକଂଗ୍ରେସଏବଂ କମ୍ୟୁନିଷ୍ଟର ମିଳିତ ସହଯୋଗରେ ସାଲେପୁର ରେ ଭାରତବନ୍ଦ ମଧ୍ୟ ଜଣାପଡିଛି ତହସିଲ ଛକ କୁଆଁପାଳ ଛକ ଏବଂ ବିଭିନ୍ନ ସ୍ଥାନରେ ନାରାବାଜି ଏବଂ ରାଲିକରି ସରକାରୀ ବେସରକାରୀ କ୍ରାଯ୍ୟଳୟ କୁ ବନ୍ଧକରିଥିଲେ ଜାନବାହନ ବନ୍ଦଥିବାବେଳେ ଦୋକାନ ବଜାର ଆନସିକ ଖୋଲାରହିଥିବାର ଦେଖିବାକୁ ମିଳିଛି l
କେନ୍ଦୁଝର ରେ ଭାରତ ବନ୍ଦ ଶାନ୍ତିପୂର୍ଣ ଭାବେ ପାଳିତ l କୃଷି ଆଇନ, ବିଦ୍ୟୁତ ବିଲ ତଥା ଶ୍ରମକାର୍ଡ ବିରୋଧ ରେ ଆଜି କେନ୍ଦୁଝର ରେ ଭାରତ ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳିତ ହୋଇଅଛି l ପ୍ରକାଶ ଥାଉକି ଭାରତୀୟ କୃଷକ ମୋର୍ଚ୍ଚା ପକ୍ଷରୁ ଦଶ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା l କେନ୍ଦୁଝର ଜିଲ୍ଲା ରେ ବିଭିନ୍ନ ସଂଗଠନ ଯଥା ଏ. ଆଇ.ଟି. ୟୁ. ସି, ସି ଟୁ, ଏ. ଆଇ. କେ. ଏସ ଇତ୍ୟାଦି ବିଭିନ୍ନ ସ୍ଥାନ ମାନଙ୍କ ରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ l
#BharataBandh #Odisha #NNSODIA