ଆଜି ପ୍ରାୟ ସମସ୍ତଙ୍କର ନଜର ନିର୍ବାଚନ ଉପରେ । ଯାହାକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି । ଗୋଟେପଟେ ପିପିଲି ନିର୍ବାଚନକୁ ଆଉ ଗୋଟେପଟେ ଭବାନୀପୁର ବିଧାନସଭା ଉପ ନିର୍ବାଚନ । ଆଜି ଦକ୍ଷିଣ କୋଲକାତାର ଭାବନୀପୁର ବିଧାନସଭା ଉପନିର୍ବାଚନ ପାଇଁ ମଧ୍ୟ ମତଦାନ ଆରମ୍ଭ ହୋଇ ଯାଇଛି । କଡା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଭବାନୀପୁରର ଏହି ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିପକ୍ଷରେ କଡା ଟକ୍କର ଦେବାପାଇଁ ବିଜେପି ପକ୍ଷରୁ ପ୍ରିୟଙ୍କା ତିବେୱାଲଙ୍କୁ ପ୍ରାର୍ଥୀ କରା ଯାଇଛି । ଏହି ଲତଦାନ ପ୍ରକ୍ରିୟାରେ ଆଜି ମୋଟ୍ ତିନି ଲକ୍ଷ ଭୋଟର ମତଦାନ କରିବେ । ସକାଳ ୭ ଠାରୁ ଆରମ୍ଭ ହୋଇଥିବା ଏହି ୧୨ ଘଣ୍ଟିଆ ମତଦାନ ପ୍ରକ୍ରିୟାରେ ୧୧ ଟା ସୁଦ୍ଧା ୨୧.୭୩ ପ୍ରତିଶତ ହୋଇଥିବା ବେଳେ ଦିନ ୧ ରେ ଏହା ୩୫.୭୯ ପ୍ରତିଶତ ରେ ପହଞ୍ଚି ସାରିଛି । ତେବେ ସୁରୁଖୁରୁରେ ଭୋଟ ଦାନ ପ୍ରକ୍ରିୟାକୁ ସମାପ୍ତଭିକରିବା ଲକ୍ଷ୍ୟରେ ମୋଟ୍ ୩୫ଟି ଅର୍ଦ୍ଧସାମରିକ କମ୍ପାନୀ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । ପ୍ରତି ବୁଥ ପିଛା ତିନୋଟି କମ୍ପାନୀ ନିୟୋଜିତ ହୋଇଥିବା ବେଳେ ୨୭୦ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବରେ ଚିହ୍ନଟ କରାଯାଇଛି । ପର୍ବରୁ ବିଧାନସଭା ନିର୍ବାଚନ ମୀରେ ମମତାଙ୍କ ଏହି ଆସନରୁ ସୁବ୍ରତ ବକ୍ସି ଟିଏମସି ପ୍ରାର୍ଥୀ ହୋଇ ବିଜୟ ହାସଲ କରିଥିଲେ । କିନ୍ତୁ ମମତା ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ହାରିଯାଇଥିଲେ । ନିର୍ବାଚନରେ ହାରିଯିବା ପରେ ଭବାନୀପୁର ବିଧାନସଭା ଆସନରୁ ବିଧାୟକ ସୁବ୍ରତ ବକ୍ସି ଓହରିଯାଇଥିଲେ । ତେଣୁ ଆଜିର ଦିନଟି ମମତା ବାନାର୍ଜୀଙ୍କ ପାଇଁ ବେଶ ମହତ୍ୱପୂର୍ଣ୍ଣ । ମମତା ଯଦି ଏହି ଉପନିର୍ବାଚନରେ ହାରି ଯାଉଛନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ପଦ ହରାଇବା ଏକ ପ୍ରକାର ନିଶ୍ଚିତ ହୋଇଯିବ । ତେଣୁ ଆଜି ଦିନ ହିଁ ପଶ୍ଚିମବିଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଭାଗ୍ୟ ନିର୍ଦ୍ଧାରିତ କରିବାର ଶେଷ ଦିନ । ତେବେ ଆଗକୁ ଏହି ନିର୍ବାଚନର ଫଳାଫଳ କି ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।
#Bhabanipurbyelection #NNSODIA