ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସେକ୍ସନ ୱାନ୍ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ । ଏକକାଳିନ ୪ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ବ୍ରହ୍ମପୁର ଶକ୍ତିନଗର, ପୋଲସରା ଚିରିକିପଦର ଶାସନରେ ଥିବା ପୈତୃକ ଘର, ଲୋଚାପଡା ସ୍ଥିତ ସମ୍ପର୍କୀୟଙ୍କ ଘର ଓ ଡିଗପହଣ୍ଡି ସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ ହୋଇଛି । ୨ ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଏହି ଚଢାଉରେ ସାମିଲ ହୋଇଛନ୍ତି ।