ହିନ୍ଦୁଶାସ୍ତ୍ର ଅନୁଯାୟୀ ଦେବା-ଦେବୀଙ୍କ କୃପା ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ ଉଲ୍ଲେଖ କରାଯାଇଛି । ମାନ୍ୟତା ଅନୁଯାୟୀ ଗୁରୁବାର ଦିନ ବୃହସ୍ପତି ଚାଳିଶା ପାଠ କରି ଦେବଗୁରୁ ବୃହସ୍ପତିଙ୍କୁ ପ୍ରସନ୍ନ କରିପାରିବେ । ଏଥିସହ ଏହି ଚାଳିଶା ପାଠ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । କୁହାଯାଏ ଯେତେବେଳେ ଭାଗ୍ୟରେ ବୃହସ୍ପତି ମଜବୁତ ରହିଥାନ୍ତି ସେତେବେଳେ ମାଙ୍ଗଳିକ କାର୍ଯ୍ୟ ହୋଇଥାଏ । ଧ୍ୟାନ ରଖିବେ ବୃହସ୍ପତି ଚାଳିଶା ପାଠ କରିବା ପୂର୍ବରୁ ବିଧି-ବିଧାନର ସହ ବୃହସ୍ପତି ଦେବଙ୍କ ପୂଜା କରିବା ଉଚିତ୍ । ତେବେ ଜାଣନ୍ତୁ ବୃହସ୍ପତି ଚାଳିଶା ପାଠ କରିବା ଦ୍ୱାରା କ’ଣ ଲାଭ ମିଳିଥାଏ?
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତି ଚାଳିଶା ପାଠ କରିବା ଦ୍ୱାରା ଦେବଗୁରୁ ବୃହସ୍ପତି ପ୍ରସନ୍ନ ହୋଇଥାନ୍ତି । ବୃହସ୍ପତି ପ୍ରସନ୍ନ ହେବା ଦ୍ୱାରା ବୁଦ୍ଧି, ବିବେକ ଏବଂ ଜ୍ଞାନର ଆଶୀର୍ବାଦ ଦେଇଥାନ୍ତି । ସେହିଭଳି ଯେଉଁ ବ୍ୟକ୍ତି ବିଧି-ବିଧାନର ସହ ବୃହସ୍ପତିଙ୍କ ପୂଜା କରିଥାନ୍ତି ସେହି ବ୍ୟକ୍ତିଙ୍କୁ ସିଦ୍ଧି ପ୍ରାପ୍ତି ହୋଇଥାଏ ।
ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯଦି କୌଣସି ଜାତକରେ ବୃହସ୍ପତିଙ୍କ ସହ ଜଡ଼ିତ ଦୋଷ ରହିଥାଏ ତେବେ ସେହି ବ୍ୟକ୍ତି ଗୁରୁବାର ଦିନ ଉପବାସ ରଖିବା ଉଚିତ୍ । ଗୁରୁବାର ଦିନ ଉପବାସ ରଖି ବୃହସ୍ପତି ଚାଳିଶା ପାଠ କରନ୍ତୁ । ସେହିଭଳି ବିବାହରେ ବିଳମ୍ବ ହେଉଥିଲେ ବୃହସ୍ପତି ଚାଳିଶା ପାଠ କରନ୍ତୁ । ଏପରି କରିବା ଦ୍ୱାରା ବହୁତ ଜଲଦି ବିବାହ ଯୋଗ ଖୋଲିଥାଏ ।