ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୯.୦୩): ଏକ ସମୟ ଥିଲା ଯେତେବେଳେ ଆମେ ଶୁଣିବାକୁ ପାଇଥିଲୁ ଯେ ଗାଁର ଲୋକମାନେ ଅପରାହ୍ନରେ ନିମ୍ ଗଛ ତଳେ ଖଟ ପକାଇ ଶାନ୍ତିରେ ଶୋଇଥା’ନ୍ତି | ବର୍ତ୍ତମାନ କମ୍ ଗାଁ ଅଛି, ଯେଉଁଠି ଲୋକମାନେ ଏବେବି ଏହି ଅଭ୍ୟାସକୁ ଜାରି ରଖିଛନ୍ତି | ଏହାର କାରଣ ହେଲା ଶରୀରରେ ନିମ ପତ୍ରର ହାଲ୍କା ସ୍ପର୍ଶ ବାଜିବା | ତେବେ ଆଗଭଳି ଗାଁ ମାନଙ୍କରେ ଆଉ ନିମ୍ ଗଛ ନାହିଁ ସଂଖ୍ୟା ହ୍ରାସ ପାଇଛି | ନିମର ଅନେକ ଔଷଧୀୟ ଗୁଣ ରହିଛି | ଏହାର ପତ୍ର,ଫୁଲ, ଫଳ, ଚେର ,ଦଳ ସବୁରେ ଭାରି ରହିଛି ଔଷଧୀୟ ଗୁଣ | ଆୟୁର୍ବେଦରେ ନିମ୍ ପତ୍ରର ଏକାଧିକ ଗୁଣ ବୋଲି ବର୍ଣ୍ଣନା କରାଯାଇଛି | ବିଶେଷକରି ଚର୍ମ ପାଇଁ ଏହା ରାମବାଣ ଭଳି କାମ କରେ | କୁହାଯାଏ ଯେ ଯଦି ଆପଣ ପ୍ରତିଦିନ 3-4 ଟି ସତେଜ ନିମ୍ ପତ୍ର ଖାଆନ୍ତି, ତେବେ ଆପଣଙ୍କର ଚର୍ମ ସମ୍ବନ୍ଧୀୟ କୌ ଣସି ରୋଗ ହେବ ନାହିଁ | ନିମ୍ ଏପରି ଏକ ଔଷଧ ଯାହାକି ବିଭିନ ରୋଗ କୁ ଭଲ କରେ | ଖାଇବା ପାଇଁ ବହୁତ ତିକ୍ତ କିନ୍ତୁ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ |
ନିମ ପତ୍ର ତେଲ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ | ଅପଣଂକର କେଶ ଯଦି ଝଡ଼ୁଥାଏ ତେବେ ନିମ୍ ତେଲ ହେଉଛି ଏହା ପାଇଁ ସର୍ବୋତ୍ତମ ସମାଧାନ | ଏହା କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେବ |