ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଶନ ସକ୍ଷମ ଅଙ୍ଗନୱାଡି ଓ ପୋଷଣ ୨.୦ ର ‘ପୋଷଣ ଭି ପଢାଇ ଭି’ କାର୍ଯ୍ୟକ୍ରମ ଅଧୀନରେ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ଅଙ୍ଗନୱାଡି ପ୍ରୋଟୋକଲର ଶୁଭାରମ୍ଭ ପାଇଁ ଏକ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆଜି ବିଜ୍ଞାନ ଭବନରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ (ଡବ୍ଲ୍ୟୁସିଡି) ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିବେ । ମହିଳା ଓ ଶିଶୁ ବିକାଶ ଏବଂ ଆୟୁଷ ରାଷ୍ଟ୍ର ମନ୍ତ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇ, ମଧ୍ୟ ଏହି ସମାବେଶକୁ ସମ୍ବୋଧିତ କରିବେ । ଶ୍ରୀ ଇନ୍ଦେଭର ପାଣ୍ଡେ, ସଚିବ, ଏମଓଡବ୍ଲ୍ୟୁସିଡି, ଶ୍ରୀ ସୁଧାଂଶୁ ପନ୍ଥ, ସଚିବ, ଏମଓଏଚଏଫଡବ୍ଲୁ ଏବଂ ଶ୍ରୀ ରାଜେଶ ଅଗ୍ରୱାଲ, ସଚିବ ଡିଇପିଡବ୍ଲୁଡି ମଧ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ।
ଅଙ୍ଗନୱାଡି କେନ୍ଦ୍ରରେ ଶୀଘ୍ର ଚିହ୍ନଟ, ସ୍କ୍ରିନିଂ ଓ ଅନ୍ତର୍ଭୁକ୍ତିକରଣ ପାଇଁ ରଣନୀତି ଉପରେ ଏକ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ । ଏଥିରେ ଏମଓଏଚଏଫଡବ୍ଲୁ, ଡିଇପିଡବ୍ଲୁଡି, ଏବଂ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ଏବଂ ନିମ୍ହାନ୍ସ ଭଳି ପ୍ରମୁଖ ସଂଗଠନର ବିଶେଷଜ୍ଞମାନେ ଯୋଗଦେବେ ବୋଲି ଆଶା କରାଯାଉଛି । ସାରା ଦେଶର ବିଭିନ୍ନ ସ୍ଥାନରୁ ସିଡିପିଓ, ମହିଳା ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀମାନେ ମଧ୍ୟ ଅଂଶ ଗ୍ରହଣ କରିବେ। ଦିବ୍ୟାଙ୍ଗ ପିଲାଙ୍କ କାମ କରିବା ଏବଂ ଯତ୍ନ ନେବାରେ ଅଭିଜ୍ଞତା ଥିବା ଅଙ୍ଗନୱାଡି କର୍ମୀମାନଙ୍କୁ ସେମାନଙ୍କ ଅନୁଭୂତି ଏବଂ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା ପାଇଁ ଆମନ୍ତ୍ରଣ କରାଯିବ ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରାରମ୍ଭିକ ହସ୍ତକ୍ଷେପ, ବିପଦରେ ଥିବା ଶିଶୁ ଏବଂ ଛୋଟ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଏବଂ ସେବା ମାଧ୍ୟମରେ ବିପଦରେ ଥିବା ଓ ବିକାଶରେ ବିଳମ୍ବ ହେଉଥିବା ଶିଶୁମାନଙ୍କ କଲ୍ୟାଣରେ ସାମଗ୍ରିକ ଉନ୍ନତି ଆଣିବା । ଦିବ୍ୟାଙ୍ଗ ପିଲାଙ୍କ ପାରିବାରିକ ଓ ସାମୂହିକ ଜୀବନରେ ଅଂଶଗ୍ରହଣରେ ଉନ୍ନତି ଆଣିବା ପାଇଁ ପରିବାର ଓ ସମୁଦାୟକୁ ଶିକ୍ଷିତ ଓ ସମର୍ଥନ କରାଯିବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଛି । ଅଙ୍ଗନୱାଡି ଇକୋ ସିଷ୍ଟମ ଦେଶର ପିଲାଙ୍କ ଭବିଷ୍ୟତ ନିର୍ମାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆକସେସ୍ ପଏଣ୍ଟ ଭାବେ ଜନ୍ମରୁ ୬ବର୍ଷ ବୟସ ପର୍ଯ୍ୟନ୍ତ ଦୈନିକ ୮ କୋଟିରୁ ଅଧିକ ଶିଶୁଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖାଯାଇଛି ।