ଭୁବନେଶ୍ୱର,୦୫.୦୪.୨୦୨୩ (ଏନଏନଏସ ଓଡ଼ିଆ) : କୁହାଯାଏ ବିଅର ପିଇବା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ , ବରଂ ଚେହେରା ପାଇଁ ମଧ୍ୟ ବେଶ୍ ଲାଭକାରୀ। କିନ୍ତୁ ଅନେକ ବିୟୁଟି ଏକ୍ସପର୍ଟ ବିଅର ପିଇବା ଯୋଗୁଁ ତ୍ୱଚାରେ ସୁନ୍ଦରତା ବଢିଥାଏ ବୋଲି ମତ ରଖିଛନ୍ତି। ଆସନ୍ତୁ ଜାଣିବା ବିଅରରେ କିଭଳି ବଢାଇବା ତ୍ୱଚା ସୌନ୍ଦର୍ଯ୍ୟ ।
– ଅଳ୍ପ ବିଅରରେ ଲେମ୍ବୁ ରସ ମିଶାଇ ତ୍ୱଚାରେ ଲଗାଇବା ପରେ ଶୁଖିଗଲେ କିଛି ସମୟ ପାଇଁ ଛାଡିଦିଅନ୍ତୁ। ଏପରି କଲେ ତ୍ୱଚାର ରଙ୍ଗ ଉଜ୍ୱଳ ହେବା ସହ ଡାର୍କ ସର୍କଲ ଦୂର ହୋଇଥାଏ।
– ଅଧା ଚାମଚ ଦହି, ୨ ଚାମଚ ବିଅର, ଜେତୁନ ତେଲ ଏବଂ ବାଦାମ ପେଷ୍ଟ ମିଶାଇ ମୁହଁରେ ମସାଜ କରନ୍ତୁ। ୫ ମିନିଟ ମସାଜ କରିବା ପରେ ଧୋଇଦିଅନ୍ତୁ। ଏପରି କଲେ ଚେହେରାରେ ଉଜ୍ୱଳତା ବଢିବା ସହିତ ଚମକ ବଢିଥାଏ।
– ଅଣ୍ଡାର ଧଳା ଅଂଶ ସହିତ ଅଧ ଚାମଚ ବିଅର ମିଶାଇ ମୁହଁରେ ଲଗାଇବା ପରେ ଶୁଖିବା ପାଇଁ ଛାଡିଦିଅନ୍ତି। ଏପରେ ଭଲ ଭାବେ ମୁହଁ ଧୋଇଦିଅନ୍ତୁ। ଏପରି କଲେ ମଧ୍ୟ ତ୍ୱଚାରେ ଉଜ୍ୱଳତା ବୃଦ୍ଧି ପାଇବ।
– ତ୍ୱଚାରେ ଥିବା ଛିଦ୍ରରୁ ମଇଳା ସଫା କରିବାରେ ବିଅର ସାହାଯ୍ୟ କରିଥାଏ। ବିଅରରେ ଥିବା ଇଷ୍ଟ ବ୍ରଣ ଏବଂ ମୁହଁର ଅନ୍ୟ ସମସ୍ୟା ଦୂର କରିଥାଏ।
– ଏହାଛଡା ବିଅର ଲଗାଇବା ଦ୍ୱାରା ସ୍କିନର ph ଲେବଲ ବାଲାନ୍ସ ରହିଥାଏ। ଫଳରେ ସଂକ୍ରମଣ ଏବଂ ଅନ୍ୟ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ।
– ବିଅର ଆଣ୍ଟିଆକ୍ସିଡାଣ୍ଟରେ ଭରପୂର ରହିଥାଏ। ଯାହା ଶରୀରରେ ଇମ୍ଫ୍ଲାମେସନକୁ ବଢାଇଥାଏ।
-ହାଡକୁ ମଜବୁତ କରେ ବିଅର।
-ବିଅରକୁ ପ୍ରତିଦିନ ସ୍କିନରେ ବ୍ୟବହାର କରିବା ଯୋଗୁଁ ସତେଜ ଏବଂ ଉଜ୍ୱଳ ତ୍ୱଚା ପାଇପାରିବେ।
-କେଶ ପାଇଁ ମଧ୍ୟ ବିଅର ବେଶ ଉପକାରୀ। କେଶରେ ବିଅରକୁ ବ୍ୟବହାର କରିବା ଦ୍ୱାରା ଫ୍ରିଜି ଚୁଟି ଏବଂ ରୁପି ସମସ୍ୟାରୁ ମୁକ୍ତି ମିଳେ ।
-ଆପଣ ଚାହିଁଲେ ବିଅରରେ ମାସ୍କ କରି ମୁହଁରେ ଲଗାଇପାରିବେ। ଏଥିପାଇଁ ବିଅରରେ ଅଳ୍ପ ଧଳାର ଅଂଶ ଏବଂ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ୨୦ ମିନିଟ୍ ଲଗାଇ ରଖିବା ପରେ ଧୋଇଦିଅନ୍ତୁ।