ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ‘ବିଉଟିଫୁଲ୍ ମାଇଣ୍ଡସ୍ ୟୁଥ୍ ମେଣ୍ଟରିଂ ଫାଉଣ୍ଡେସନ’ ତରଫରୁ ନିକଟରେ ଏକ ଆନ୍ତର୍ଜାତିକ ବାଳୁତ କର୍ମଶାଳା ଆୟୋଜନ କରାଯାଇଥିଲା । ଅନ୍ଲାଇନ୍ ଯୋଗେ ଅନୁଷ୍ଠିତ ଏହି ମେଣ୍ଟରିଂ କାର୍ଯ୍ୟକ୍ରମରେ ଆମେରିକା, କାନାଡ଼ା ଓ ଭାରତବର୍ଷର ସ୍କୁଲ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।ଫାଉଣ୍ଡେସନର ସଭାପତି ସୁଚିସ୍ମିତା ପଣ୍ଡା ସମଗ୍ର ୱେବିନାରକୁ ସଂଯୋଜନା ଓ ସଂଚାଳନା କରିଥିଲେ । ଜୀବନତମାମ ଶିକ୍ଷା ଆହରଣକୁ ଉତ୍ସାହିତ କରିବା ଏବଂ ଜ୍ଞାନ ପ୍ରତି ଉତ୍ସୁକତାକୁ ନିରନ୍ତର ଭାବେ ପ୍ରୋତ୍ସାହନ ଦେବା ଚଳିତ ବର୍ଷ ଗଠନ କରାଯାଇଥିବା ‘ବିଉଟିଫୁଲ୍ ମାଇଣ୍ଡସ୍’ର ମୂଳମନ୍ତ୍ର ବୋଲି ସେ କହିଥିଲେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ‘ବିଉଟିଫୁଲ୍ ମାଇଣ୍ଡସ୍’ର ତରୁଣ ସହସଂସ୍ଥାପକ ନିଶାନ୍ତ ଷଢ଼ଙ୍ଗୀ, ଆବଶ୍ୟକୀୟ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଭାରତୀୟ ଶିଶୁ, ବାଳୁତ ଓ ଯୁବକମାନଙ୍କୁ ବିଶ୍ୱସ୍ତରୀୟ ପାରଦର୍ଶୀ ବନାଇବା, ତାଙ୍କ ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦର୍ଶାଇଥିଲେ ।ସଙ୍ଗୀତା ତ୍ରିପାଠୀ ଅଂଶଗ୍ରହଣକାରୀ ପିଲାମାନଙ୍କ ସହିତ ଯୋଗସୂତ୍ର ସ୍ଥାପନ କରିବା ଓ ଡିଜିଟାଲ ମଞ୍ଚକୁ ପରିଚାଳନା କରିବାରେ ସହାୟତା କରିଥିଲେ । । କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନେ ନିଜ ନିଜ ଦେଶ ବିଷୟରେ ଅନେକ କଥା ଆଲୋଚନା କରିଥିଲେ । ଆମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଡଃ ବିକ୍ରମ କେଶରୀ ଜେନା, ଡଃ ଅମିତା ପାତ୍ର, ସଂଘମିତ୍ରା ସିଂହ, ଅନୁରାଧା ମହାପାତ୍ର, ଗାର୍ଗୀ ପଟ୍ଟନାୟକ ଏବଂ ପଦ୍ମଜା ନନ୍ଦିନୀ ସାହୁ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।
#NNSODIA