ଗାଁ ଦାଣ୍ଡରେ ବୁଲୁଛି ଭାଲୁ । ଏଭଳି ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ ସାଳିଜଙ୍ଗା ଗାଁ ଦାଣ୍ଡରେ । ସୂଚନା ମୁତାବକ ୩ /୪ ଦିନ ହେବ ରାତି ପାଖାପାଖି ୮ ପରେ ଏକ ଭାଲୁ ଗାଁ ଦାଣ୍ଡ ରେ ବୁଲୁଥିବାର ଦେଖିବାକୁ ମିଳୁଛି । ଭୟ ରେ ଗାଁ ରେ ତାଟି କବାଟ ପଡିଯାଉଛି। ଖାଦ୍ୟ ଅନ୍ୱେଷଣ ରେ ଭାଲୁ ଟି ପାଖ ଜଙ୍ଗଲ ରୁ ଗାଁ ଭିତରକୁ ପଶି ଆସୁଛି । ଗାଁ ର କିଛି ଯୁବକ ଏହାକୁ ତାଙ୍କ ମୋବାଇଲ କ୍ୟାମେରା ରେ କଏଦ କରିଥିଲେ ଯାହାକୁ ପରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାଫଳରେ ସାରା ଗାଁ ରେ କୋକୁଆ ଭୟ ଖେଳିଯାଇଛି।ଲୋକେ ଭୟଭୀତ ଅବସ୍ଥା ରେ ରହିଛନ୍ତି । ଏ ବିଷୟ ରେ ଗ୍ରାମବାସୀ ଡୁବୁରୀ ବନ ପାଳ ଙ୍କୁ ଖବର ଦେଇଥିଲେ । ବନ ପାଳ ଙ୍କ ନିର୍ଦେଶ କ୍ରମେ ବନକର୍ମଚାରି ଆସି ଭାଲୁ ଘଉଡ଼ାଇ ଜଙ୍ଗଲ ରେ ଛାଡିଥିଲେ । ପୁନର୍ବାର ଗଲା କାଲି ରାତି ୮ ଟା ବେଳେ ଭାଲୁ ଟି ଗାଁ ର ବଳରାମ ଦାଶ ଙ୍କ ବାଡ଼ି ଭିତରକୁ ପଶି ଆସିଥିଲା । ଗାଁ ଲୋକେ ଭାଲୁ ଘଉଡ଼ାଇବା ପାଇଁ ଦୀର୍ଘ ୪ ଘଣ୍ଟା କାଳ ବହୁତ ଚେଷ୍ଟା କରିଥିଲେ ମନ୍ଦ୍ୟ ଭାଲୁ ଗାଁ ଛାଡି ନ ଥିଲା । ଭାଲୁ କୁ ଗୋଟିଏ ଆଖି ଦେଖାଯାଉ ନ ଥିବା ଗ୍ରାମବାସୀ ଙ୍କ ଠାରୁ ଶୁଣିବାକୁ ମିଳିଛି । ତେବେ ବିଭାଗୀୟ ଅଧିକାରୀ ତୁରନ୍ତ ଏ ଦିଗ ରେ ପଦକ୍ଷେପ ନେଇ ଭାଲୁ କୁ ଧରି ଅନ୍ୟତ୍ର ଜଙ୍ଗଲ ରେ ଛାଡି ବାକୁ ଗ୍ରାମବାସୀ ଦାବି କରିଛନ୍ତି ।