ଗାଁ ରାସ୍ତା ପାଲଟିଛି ମରଣ ଯନ୍ତା।ଆମ୍ବୁଲାନ୍ସ ନ ଆସି ପାରିବାରୁ ପୁଅର ଶବକୁ କୋଳରେ ଧରି ଚାଲିଲେ ବାପା। ଏ ପରି ଏକ ଦୁର୍ଭାଗ୍ୟ ଜନକ ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ୍ ନେତୁଆ ପଞ୍ଚାୟତ ଅନ୍ତର୍ଗତ କମାରଶାଳିଆ ଠାରୁ ବାଉଁଶବାଣୀ କୁ ଯାଇଥିବା ମୁଖ୍ୟ ରାସ୍ତାରେ । ଉକ୍ତ ରାସ୍ତାକୁ କିଛି ଦିନ ପୂର୍ବରୁ ୫ ଲକ୍ଷ୍ୟ ଟଙ୍କା ଦେଈ ମରାମତି କରାଯାଇଥିଲା ମାତ୍ର ବର୍ତ୍ତମାନ ରାସ୍ତାର ଅବସ୍ଥା ଯାହାକୁ ତାହା । ବାଉଁସବଣୀ ଗ୍ରାମରେ ପାଖାପାଖି ୨୦୦ ରୁ ଊର୍ଦ୍ଧ୍ବ ବାସିନ୍ଦା ଏବଂ ଅନ୍ୟ ଲୋକମାନେ ମଧ୍ୟ ନିର୍ଭରଶୀଳ। ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଏହି ଗ୍ରାମର ଚନ୍ଦନ ଦାସଙ୍କ ନଅ ବର୍ଷ ର ପୁଅ ପ୍ରାଣକୃଷ୍ଣର ଅକସ୍ମାତ୍ ମୃତ୍ୟୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଥିଲା । ପରେ ଶୋକସନ୍ତପ ପିତାମାତା ଆମ୍ବୁଲାନ୍ସ ଯୋଗେ ପୁଅର ମର ଶରୀରକୁ ଗାଁକୁ ଆଣିଥିଲେ । କିନ୍ତୁ ମୁଖ୍ୟରାସ୍ତା ସମସ୍ୟା ପାଇଁ ଆଗକୁ ବଢ଼ିପାରିନଥିଲା ଆମ୍ବୁଲାନ୍ସ। ଫଳରେ ବାଧ୍ୟ ହୋଇ ପୁଅ ମଶରୀରକୁ କୋଳରେ ଧରି ଚାଲି ଚାଲି ଗାଁକୁ ଆଣିଥିଲେ । ଏହି କରୁଣ ଦୃଶ୍ୟ ଦେଖି ସ୍ଥାନୀୟ ଲୋକ ସରପଞ୍ଚ, ବିଧାୟକ ଏବଂ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଇବା ସହିତ ଏହି ରାସ୍ତାର ମରାମତି ପାଇଁ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ । ଯଦି ଆଗାମୀ ଦିନରେ ରାସ୍ତା ସମସ୍ୟାର ସମାଧାନ ନହୁଏ ତେବେ ବାଉଁସବଣୀ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
#NNSODIA