ଡ଼ୁବୁରୀ ରେଞ୍ଜ ଅଧିନସ୍ଥ ଜାମୁପସି ଜଙ୍ଗଲରୁ ୨୦ କେଜି ପାଖା ପାଖି ବାରାହା ମାଂସ ଜଵତ ହେଵା ସହିତ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ ।ଟମକା ବନାଞ୍ଚଳ ଡ଼ୁବୁରୀ ରେଞ୍ଜ ଅଧିନସ୍ଥ ଜାମୁପସି ଜଙ୍ଗଲରୁ କଳିଙ୍ଗନଗର ପୋଲିସ ଓ ବନ କର୍ମଚାରୀ ମାନଙ୍କ ଦ୍ୱାରା ପ୍ରାୟ ୨୦ କେଜି ପାଖା ପାଖି ବାରାହା ମାଂସ ଜଵଦ ହେଵା ସହିତ ଦୁଇ ଅଭିଯୁକ୍ତଙ୍କୁ ଆଜି ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଦୁଇ ଅଭିଯୁକ୍ତ ଡ଼ୁବୁରୀ ଅଞ୍ଚଳର ମାନସ ରାଉତ (୩୭) ଏଵଂ ଦାନଗଦି ବ୍ଲକ ଅଧିନସ୍ଥ ମାନପୁର ଗ୍ରାମର ପ୍ରମୋଦ କୁମାର ସାହୁ (୪୪) ବୋଲି ସୂଚନା ମିଳିଛି । ଶୁକ୍ରବାର ଦିନ ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହିତ ,, ତାଙ୍କ ଠାରୁ ଜବତ ହୋଇଥିବା କାର ଓଡି ୩୩ ଆର ୦୦୫୧ ନମ୍ବର କ୍ରେଟା କାରକୁ ଜବତ କରାଯାଇ ବନ ବିଭାଗ କାର୍ଯ୍ୟାଳୟ ଅଧୀନରେ ରଖାଯାଇଛି । ଏଥି ସହିତ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବନବିଭାଗୀୟ ଅଧିକାରୀ ନୀଳିମା ପ୍ରିୟଦର୍ଶିନୀ ନାୟକ ସୂଚନା ଦେଇଛନ୍ତି।