ପୁଣି କଳା ଜଗତ ପାଇଁ ଦୁଃଖଦ ଖବର । ବଲିଉଡ୍କୁ ଲାଗିଛି ପୁଣି ଏକ ଶକ୍ତ ଝଟକା। କିଛି ଦିନ ପୂର୍ବେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିବା ବେଳେ ଏବେ ଆସିଛି ଆଉ ଏକ ଦୁଃଖଦ ଖବର । ଆଉ ନାହାନ୍ତି ବିଶିଷ୍ଟ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ବାପି ଲାହିରି । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ବଲିଉଡର ଡିସ୍କୋ କିଙ୍ଗ୍ ଭାବେ ପରିଚିତ ବାପି ଦା । ମୁମ୍ବାଇର ଏକ ଘରୋଇ ହସ୍ପିଟାଲର ତାଙ୍କ ପରଲୋକ ହୋଇଛି ।
ଫିଲ୍ମ ଚଲତେ ଚଲତେ, ଡିସ୍କୋ ଡ୍ୟାନ୍ସର ଓ ସରାବୀ ଭଳି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାପି । ଚଳଚ୍ଚିତ୍ର ଡାର୍ଟି ପିକ୍ଚରରେ ଚୁଟକି ଜୋ ତୁନେ କାଟି ହେ ସଙ୍ଗୀତରେ କଣ୍ଠଦାନ ମଧ୍ୟ କରିଛନ୍ତି । ଶେଷ ଥର ପାଇଁ ୨୦୨୦ ସେ ବାଘୀ-୩ରେ ବନକର ସଙ୍ଗୀତରେ ନିର୍ଦ୍ଦେଶନା ଦେଇଥିଲେ । ବଲିଉଡ ସହ ଓଡିଆରେ ବି ଗୀତ ଗାଇଛନ୍ତି ଡିସ୍କୋ କିଙ୍ଗ ବାପି ଲାହିରି । ଓଡିଆ ଭାଷାରେ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ସହ ‘ମୋ ଦୁନିଆ ତୁହିଁ ତୁ’ ଗୀତ ଗାଇଛନ୍ତି ବାପି ଦା ।
ବାପି ଦାଙ୍କ ସୁନା ଅଳଙ୍କାର ଆଭୁଷଣକୁ ନେଇ ସବୁବେଳେ ଆଲୋଚନା ଏବଂ କୌତୁହଳର କାରଣ ହୋଇଆସୁଛି | ବାପି ଦା ଯୁଆଡେ ବି ଯାଆନ୍ତି ସୁନାରେ ଛାଉଣୀ ହୋଇଥିବାର ଦେଖାଯାଉଥିଲା | 2014 ନିର୍ବାଚନ ପ୍ରମାଣପତ୍ର ଅନୁଯାୟୀ, ବାପି ଦା ପ୍ରାୟ 754 ଗ୍ରାମ ଅର୍ଥାତ୍ ଦେଢ କିଲୋଗ୍ରାମ ସୁନା ଅଳଙ୍କାର ପିନ୍ଧିଥିଲେ। ଏହାବ୍ୟତୀତ ସେ 4.62 କିଲୋଗ୍ରାମ ରୂପା ମଧ୍ୟ ପିନ୍ଧିଥିଲେ। ଏହି ସମୟରେ ବାପି ଦାଙ୍କ ଅଳଙ୍କାର ମୂଲ୍ୟ ପ୍ରାୟ 30 ଲକ୍ଷ ଏବଂ ରୂପା ଅଳଙ୍କାର ମୂଲ୍ୟ 2 ଲକ୍ଷ ଥିଲା | ବହୁ ସୁନା ଅଳଙ୍କାର ପିନ୍ଧିବା ପଛର କାରଣ ବାପି ଲାହିରୀ ନିଜେ କହିଥିଲେ। ସେ କହିଥିଲେ ଯେ ସୁନା ମୋ ପାଇଁ ବହୁତ ଶୁଭ | ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେତେକ ଲୋକଙ୍କ ଜାତକ ବା ରାଶି ଅନୁସାରେ ସେମାନଙ୍କ ପାଇଁ ସୁନା ପିନ୍ଧିବା ଅତ୍ୟନ୍ତ ଶୁଭ । ସୁନା ଅଳଙ୍କାର ପିନ୍ଧିବା ଦ୍ୱାରା ଏହି ଲୋକଙ୍କ ଭାଗ୍ୟ ବଦଳିପାରେ | ବାପି ଲାହିରିଙ୍କ ଧନୁ ରାଶି ଥିଲା ଏବଂ ଜ୍ୟୋତିଷ ତାଙ୍କୁ ସୁନା ଅଳଙ୍କାର ପିନ୍ଧିବା ପାଇଁ କହିଥିଲେ |