ପାରାଦ୍ୱୀପ ର ବରିଷ୍ଠ କଂଗ୍ରେସ ନେତା ଅରିନ୍ଦଂମ ସର୍କେଲ ଓରଫ ବାପି ଭାଇ ଖୁବ ଶୀଘ୍ର ଛାଡି ପାରନ୍ତି ତାଙ୍କ ଦଳ!ଏନେଇ ସେ ଖୁବଶୀଘ୍ର ଦଳରୁ ଵିଧି ବଦ୍ଧ ଭାବେ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି. ତେବେ ବର୍ତ୍ତମାନ ଯାଏଁ କିଛି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଦଳୀୟ କର୍ମକର୍ତା ଙ୍କ କହିବାନୁସାରେ ବାପି ଭାଇ ଦଳରୁ ଇସ୍ତଫା ଦେବା ସତ ବୋଲି କହିଛନ୍ତି. ଖବର ଅନୁଯାୟୀ, କଂଗ୍ରେସର ଜଣେ ବରିଷ୍ଠ ନେତା ଭାବେ ଖୁବ ଜଣାଶୁଣା ବାପି ସର୍କେଲ,ସେ ଏକା ଧାରାରେ ସମାଜସେବୀ ତଥା ପରିବର୍ତ୍ତନ ଯୋଦ୍ଧା ସାମାଜିକ ସଙ୍ଘଠନ ର ଆବାହକ, ପାରାଦ୍ୱୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ର ସଭାପତି ଓ ପାରାଦ୍ୱୀପ ପ୍ରଦେଶ କଂଗ୍ରେସର ସଭାପତି ଥିବା ବେଳେ ପାରାଦ୍ୱୀପ ଅଂଚଳର ଜଣାଶୁଣା ଶ୍ରମିକ ନେତା ବାପି ଭାଇ ଭାବେ ଖୁବ ନାଁ ଅଛି.ସେ ଏକଦା ପାରାଦ୍ୱୀପରୁ ଦୁଇ ଥର ବିଧାୟକ ପାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ. କିନ୍ତ ଉଭୟ ଥର ନିଜର ପ୍ରତିନ୍ଦ୍ୱନ୍ଦୀଙ୍କ ଠାରୁ ପରାଜିତ ହୋଇଥିଲେ. ହେଲେ ଏବେ ବାପି ସର୍କେଲ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଛି. ଖୁବଶୀଘ୍ର ଏ ନେଇ ବିଧିବଦ୍ଧ ଘୋଷଣା କରିପାରନ୍ତି ବୋଲି ଦଳୀୟ କର୍ମୀମାନେ କହୁଥିବା ବେଳେ ସେ କଂଗ୍ରେସ ଦଳ ଛାଡିବା ପରେ କେଉଁ ଦଳରେ ମିଶିବେ ତାହା ସ୍ପଷ୍ଟ ହେଇନାହିଁ. କିନ୍ତୁ ବିଶେଷ ସୂତ୍ରରୁ ପ୍ରକାଶ ଯେ ସେ ସ୍ୱାଧୀନ ଭାବେ ଆସନ୍ତା ବିଧାନସଭା ଆସନରେ ଲଢ଼ିପାରନ୍ତି. ଆଗକୁ ପଞ୍ଚଯାତ ନିର୍ବାଚନ ଓ ପାରାଦ୍ୱୀପ ମୁନିସିପାଲିଟି ନିର୍ବାଚନ ଥିବାରୁ ତାଙ୍କ ଦଳ ବଦଳ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ କିଛି ଲୋକ ଏହାକୁ ଗୁଜବ ବୋଲି କହୁଛନ୍ତି. ବିଜୁ ଜନତା ଦଳରେ ଏବେ କଂଗ୍ରେସ ହେବିୱେଟ ନେତାଙ୍କ ଯୋଗଦାନ ଦେଖି ସାରା ଓଡ଼ିଶାରେ ଏବେ କଂଗ୍ରେସ ପ୍ରେମୀଙ୍କ ମଧ୍ୟରେ ନିରାଶ ଦେଖାଯାଉଥିବା ବେଳେ ବାପି ସର୍କେଲ ଙ୍କ ଏହି ଖବରରେ ବିଭିନ୍ନ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚାର ଖୁରାଖ ଯୋଗାଉଛି.ବାପି ସର୍କେଲ ବିଜେଡି ଶିବିର ରେ ଯୋଗଦେବା ପାଇଁ ଭିତିରିଆ ଡିଲ ହେଇସାରିଛି ବୋଲି କିଛି ରାଜନୈତିକ ସମୀକ୍ଷକ ମାନେ କହୁଥିବା ବେଳେ ଏହି ଖବର ର ସତ୍ୟତା ଆଗକୁ ଦେଖିବାକୁ ବାକି ରହିଲା.