ଲଢ଼ିବା ପାଇଁ ନା ଦେହରେ ଶକ୍ତି ଅଛି ନା ପାଖରେ ସମ୍ବଳ । ଅସୁବିଧା ସମୟରେ ସାହା ହେବା ପାଇଁ କେହି ସମ୍ପର୍କୀୟ ମଧ୍ୟ ନାହାନ୍ତି । ଏପ୍ରି ପରିସ୍ଥିତିର ସୁଯୋଗ ନେଇ କିଛି ଅଣଆଦିବାସୀ ଲୋକ ପିତୃପୁରୁଷ ଅମଳ ରୁ ଯେଉଁ ଖଣ୍ଡିଏ ଜାଗା ଅଛି ତାକୁ ହଡପ କରିବାକୁ ବସିଛନ୍ତି । ଯେଉଁଥିପାଇଁ ନ୍ୟାୟ ଅପେକ୍ଷା ଚାହିଁ ବସିଛନ୍ତି ଜଟିଆ ମୁଣ୍ଡା ଓ ତାଙ୍କ ପତ୍ନୀ ଜାନ ମୁଣ୍ଡା । ଘର ବାଂଶପାଳ ବ୍ଲକ, ସିଂ ପୁର ପଂଚାୟତ ଅନ୍ତର୍ଗତ କରଲପଶି ଗ୍ରାମରେ । ଵୟସ ପ୍ରାୟ ୭୦, ୮୦ ଛୁଇଁଲାଣି l କିନ୍ତୁ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ମୌଳିକ ସୁବିଧା ରୁ ବଞ୍ଚିତ ଅଛନ୍ତି l ଦୁହିଁଙ୍କର କୌଣସି ପୁଅ ନାହିଁ , ଚାରି ଝିଅ ଯେଝା ନିଜ ନିଜ ସଂସାରରେ ବ୍ୟସ୍ତ, ମଝିରେ ମଝିରେ କିଏ କେମିତି ଆସନ୍ତି ବୁଢ଼ା ବୁଢ଼ୀ ଙ୍କୁ ଦେଖିବା ପାଇଁ l ଜୀବନ ର ଶେଷ ପ୍ରହରରେ , ନା ରହିବାକୁ ଘର ଖଣ୍ଡେ ଅଛି ନା ଖାଇବାକୁ ଗଣ୍ଡେ ଦାନା ଅଛି ନା ପିନ୍ଧିବାକୁ ଲୁଗା ଅଛି, ଅତି ଦୟନୀୟ ଅବସ୍ଥା ରେ ଜୀବନ କାଟୁଛନ୍ତି ଦୁହେଁ l ପିତୃପୁରୁଷ ଅମଳ ରୁ ଯେଉଁ ଖଣ୍ଡିଏ ଜାଗା ଅଛି ତାକୁ ମଧ୍ଯ କିଛି ଅଣଆଦିବାସୀ ଲୋକ ବଳପୂର୍ବକ ତାଙ୍କ ଜାଗା ଉପରେ ଘର ତିଆରି କରି ଜୋର ଜବରଦସ୍ତ ଜାଗା ହଡପ କରିବାକୁ ବସିଲେଣି, ଏ ନେଇ ଜଟିଆ ମୁଣ୍ଡା ନୟାକୋଟ ଥାନାରେ ଏତଲା ଦେଇଥିଲେ ହେଁ ବର୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ l ଅନ୍ୟପଟେ ଆଦିବାସୀ ମାନଙ୍କ ପାଇଁ ଯୋଜନାରେ ଉପକୃତ ହେବା ତ ଦୂରର କଥା ଏଯାଏ ସାମାନ୍ୟ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ମିଳିନାହିଁ l ଏସବୁ ଯୋଜନା କଣ କେବଳ ଫାଇଲରେ ହିଁ ରହିଯିବ ।ଶେଷରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଏହି ଅସହାୟ ଦୁଇ ପ୍ରାଣୀ l l
#NNSODIA