ଦିନକୁ ଦିନ ଓଡିଶାରେ ବଢ଼ିବାରେ ଲାଗିଛି ବାଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା । ଯାହାକୁ ନେଇ ଏବେ ଓଡ଼ିଶାର ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ଲାଗି ଯାଇଛି । ତେବେ ଖବର ଆସିଛି ଜଗତସିଂହପୁର ଅଞ୍ଚଳରୁ । ବାଂଲାଦେଶ ବାଗେରହାଟ ଜିଲ୍ଲାର ଚିଲ ସୁନ୍ଦରତଳ ଗ୍ରାମର ୫୨ ବର୍ଷ ବୟସ୍କ ମହମ୍ମଦ ମିଜାନୁର ଶେଖଙ୍କୁ (ଖୋକନ ଶେଖ) ଭାରତକୁ ବେଆଇନ ଅନୁପ୍ରବେଶ ଅପରାଧରେ ୩ ବର୍ଷ କାରାଗାର ବାସ ଦଣ୍ଡିତ ହୋଇଥିଲେ । ଆଉ ଏବେ ସେ ଦୀର୍ଘ ୫ ବର୍ଷ ହେଲା ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଛକରେ ଅବସ୍ଥିତ ଆଶ୍ରାରେ ଆଶ୍ରିତ ହୋଇ ରହିଛନ୍ତି। କିନ୍ତୁ ସରକାରଙ୍କ ତରଫରୁ ତାଙ୍କୁ ନିଜ ଦେଶକୁ ସ୍ଥାନାନ୍ତର କରିବା ପାଇଁ କୈଣସି ପଦକ୍ଷେପ ନିଆ ଯାଇ ନାହିଁ। ଗତ ମାର୍ଚ୍ଚ ମାସରେ ନାଉଗାଁ ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟର ୧୯୭୫ ମସିହା ପୁରାତନ ଛାତ୍ରଛାତ୍ରୀମାନେ ଆଶ୍ରା ରେ ମୁକ୍ତ ବସ୍ତ୍ର ଓ ଭୋଜନ ବିତରଣ କରିବା ସମୟରେ ମିଜାନୁର ଶେଖ ର ଦୟନୀୟ ଅବସ୍ଥା ଜାଣିପାରିଥିଲେ। ଉକ୍ତ ବିଦ୍ୟାଳୟ ର ପୁରାତନ ଛାତ୍ର ଶ୍ରୀ ତପନ ଖାମାରୁ କଲିକତା ସ୍ଥିତ ବାଂଲାଦେଶ ଡେ଼ପୁଟି ହାଇ କମିଶନର, ବାଗେରହାଟ ଜିଲ୍ଲା ପୋଲିସ ମୁଖ୍ୟ, ଜଗତସିଂହପୁର ଜିଲ୍ଲାପାଳ, ଜଗତସିଂହପୁର ଜିଲ୍ଲା ପୋଲିସ ମୁଖ୍ୟ ସମସ୍ତଙ୍କୁ ଇ-ମେଲ ମାଧ୍ୟମରେ ଦୀର୍ଘ ୬ ମାସ ଧରି ଯୋଗଯୋଗ କରିଆସୁଛନ୍ତି ଏବଂ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି, କିନ୍ତୁ ସରକାରୀ ସ୍ତରରେ ସମ୍ପୂର୍ଣ୍ଣ ନୀରବତା ଯୋଗୁଁ ମିଜାନୁର ଶେଖ ନିଜ ଦେଶକୁ ଫେରିପାରୁ ନାହାନ୍ତି ପାରୁନାହାନ୍ତି। ଶ୍ରୀ ଖାମାରୁ ମଧ୍ୟ ବାଂଲାଦେଶ ରେ ମିଜାନୁର ଶେଖ ର ପୁତ୍ର, ଜାମାତା ଓ ସ୍ଥାନୀୟ ଏକ କ୍ଲବ ସହିତ ଯୋଗାଯୋଗ ସ୍ଥାପନ କରି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରୁଛନ୍ତି। ବାଂଲାଦେଶ ଡେ଼ପୁଟି ହାଇକମିଶନର ଜଗତସିଂହପୁର ଜିଲ୍ଲାପାଳଙ୍କ ଠାରୁ ଏକ ସରକାରୀ ପ୍ରସ୍ତାବ ପାଇବା ପରେ ମିଜାନୁର ଶେଖଙ୍କୁ ନିଜ ଦେଶକୁ ସ୍ଥାନାନ୍ତର ପାଇଁ ପ୍ରୟୋଜନୀୟ ଅନୁମତି ପ୍ରଦାନ କରିପାରିବେ ବୋଲି ଜଣାଇଛନ୍ତି। ଜଗତସିଂହପୁର ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଉଛି।
#bangladesh #odisha #jagatsinghpur #NNSODIA