ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କାକୁ ହରାଇଲା ବାଂଲାଦେଶ । ବାଂଲାଦେଶ, ଶ୍ରୀଲଙ୍କାକୁ 3 ୱିକେଟରେ ପରାସ୍ତ କରିଛି । ବାଂଲାଦେଶ ଦଳ ବିଶ୍ୱକପରେ ଏହି ଦ୍ୱିତୀୟ ବିଜୟ ପଞ୍ଜିକରଣ କରିଛି ।
ଟସ୍ ଜିତିବା ପରେ ବାଂଲାଦେଶ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ପରେ ବୋଲରମାନେ ସେମାନଙ୍କର କାମ ଆରମ୍ଭ କରିଥିଲେ । ୪ ରନ୍ ସ୍କୋର କରିବା ପରେ କୁସାଲ ପେରେରା ଆଉଟ୍ ହୋଇଥିଲେ । ପୃଥମ୍ ନିସଙ୍କା ଏବଂ କୁସାଲ୍ ମେଣ୍ଡିସ୍ ମିଳିତ ଭାବରେ ଅର୍ଦ୍ଧ ଶତକୀୟ ଭାଗିଦାରୀ କରିଥିଲେ । ୧୯ ରନ୍ ସ୍କୋର କରିବା ପରେ ମେଣ୍ଡିସ୍ ଆଉଟ୍ ହୋଇଥିଲେ। ତାଙ୍କ ପରେ ନିସଙ୍କା ମଧ୍ୟ ତାଙ୍କ ବ୍ୟକ୍ତିଗତ ସ୍କୋରରେ 41 ରନ୍ ସଂଗ୍ରହ କରିଥିଲେ । ଅସଲଙ୍କା ଏବଂ ସମିରାବିକ୍ରମା ମଧ୍ୟରେ ଏକ ଅର୍ଦ୍ଧ ଶତକୀୟ ଭାଗିଦାରୀ ହୋଇଥିଲା। ସମିରାବିକ୍ରମା ମଧ୍ୟ 41 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ଏବଂ ପରେ ଏକ ଡ୍ରାମା ଘଟିଥିଲା ।
ମାଥ୍ୟୁସ୍ କ୍ରିଜକୁ ଆସିବା ବିଳମ୍ବ ହୋଇଥିଲା। ହେଲମେଟର ଷ୍ଟ୍ରିପ୍ ଭାଙ୍ଗିଯିବାରୁ ସେ ଏକ ନୂଆ ହେଲମେଟ ପାଇଁ କହିଥିଲେ ଏବଂ ପରେ ଶାକିବ ଅଲ ହାସନଙ୍କ ଆବେଦନ ଅନୁସାରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଥର ପାଇଁ ଏକ ବ୍ୟାଟ୍ସମ୍ୟାନ୍ ଟାଇମ୍ ଆଉଟ୍ ହୋଇଥିଲେ।
ଧନଞ୍ଜୟ ଡି ସିଲଭା କିଛି ସମୟ ପାଇଁ କ୍ରିଜରେ ରହି ଅସଲଙ୍କାଙ୍କ ସହ ଏକ ସ୍ୱଳ୍ପ ଭାଗିଦାରୀ ଖେଳିଥିଲେ କିନ୍ତୁ ସେ ମଧ୍ୟ 34 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ମହୀଶ ତିକ୍ଷଣା ମଧ୍ୟ କିଛି ସମୟ ପାଇଁ କ୍ରିଜରେ ରହିଲେ, ସେ ବ୍ୟକ୍ତିଗତ ରନରେ 22 ରନ୍ କରି ଚାଲିଗଲେ । ଅସଲଙ୍କା କ୍ରିଜରେ ରହି ଶତକ ହାସଲ କରିବା ପରେ 108 ରେ ଆଉଟ୍ ହୋଇଥିଲେ। ଶେଷରେ ଶ୍ରୀଲଙ୍କା ଦଳ 279 ରେ ଆଉଟ୍ ହୋଇଥିଲା । ତାନଜିମ ହାସନ ୩ ୱିକେଟ୍ ନେଇଥିଲେ। ଶାକିବ ଏବଂ ଶୋରିଫୁଲ ୨-୨ ୱିକେଟ୍ ନେଇଥିଲେ।
ଏହାର ଜବାବରେ ବାଂଲାଦେଶ ଖରାପ ଆରମ୍ଭ କରିଥିଲା। । ତାଞ୍ଜୀଦ ହାସନ ଏବଂ ଲିଟନ୍ ଦାସ ବ୍ୟକ୍ତିଗତ ସ୍କୋରରେ 23 ରନ୍ କରି ଆଉଟ୍ ହୋଇଥିଲେ। ଏଠାରୁ ଶାକିବ ଅଲ ହାସନ ଏବଂ ନାଜମୁଲ ଶାନ୍ତୋ ଦାୟିତ୍ୱ ଗ୍ରହଣ କରିଥିଲେ । ମିଳିତ ଭାବେ ସେମାନେ 200 ରୁ ଅଧିକ ସ୍କୋର ନେଇଥିଲେ । 82 ରନ୍ ସ୍କୋର କରିବା ପରେ ଶାକିବ ମାଥ୍ୟୁସର ଶିକାର ହୋଇଥିଲେ। ସେ ଚାଲିଯିବା ମାତ୍ରେ ଶାନ୍ତୋ ମଧ୍ୟ ଶାନ୍ତ ହୋଇଗଲେ ଏବଂ 90 ରନ୍ ସ୍କୋର କରିବା ପରେ ସେ ଶାକିବଙ୍କ ବଲରେ ଆଉଟ୍ ହୋଇଥିଲେ । ପରିଶେଷରେ ବାଂଲାଦେଶର ଶେଷ ଆଡ଼କୁ ଥିବା ବ୍ୟାଟର ମ୍ୟାଚ୍ ଜିତାଇ ଥିଲେ ।