ଭୁବନେଶ୍ୱର,୦୫.୦୪.୨୦୨୩ (ଏନଏନଏସ ଓଡ଼ିଆ) : ବଲାଙ୍ଗୀର ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲାରେ ଆଜି ରିମାଣ୍ଡରେ ଯିବେ 4 ଅଭିଯୁକ୍ତ। ଚାରିଦିନ ହେଲା ବଲାଙ୍ଗୀରରେ କ୍ରାଇମବ୍ରାଞ୍ଚ ଛାନଭିନ ଚଳାଇଛି I ବଲାଙ୍ଗୀର ପୋଲିସ ଠାରୁ ତଦନ୍ତ ଭାର ନେବା ପରେ ଜାଲ ସାଟିଫିକେଟର ଚେର ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ I କ୍ରାଇମବ୍ରାଞ୍ଚର 5ଜଣିଆ ଟିମରେ ସାଇବର ଓ ଟେକ୍ନିକାଲ ଏକ୍ସପୋର୍ଟ ରହିଛନ୍ତି I ତଦନ୍ତ ସମୟରେ ବହୁ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି I ଏନେଇ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ତାର ପାର୍ଟନର ଆଲୋକ ଉଦ଼ଗାତା କଳା କାରବାର କେଉଁ ପର୍ଯ୍ୟନ୍ତ ଚେର ଲମ୍ବିଛି ଓ ତାଙ୍କ ସହ ଆଉ କେଉଁ କେଉଁ ମାନେ ସାମିଲ ଅଛନ୍ତି ସେନେଇ ଅଧିକ ତଦନ୍ତ ପାଇଁ 5 ଦିନିଆ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ I କିନ୍ତୁ ବଲାଙ୍ଗୀର ଫାଷ୍ଟ କ୍ଲାସ୍ ମାଜିଷ୍ଟ୍ରେଟ ତିନିଦିନିଆ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତିI