ତୁଳସୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଜନ୍ମ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ତୁଳସୀକ୍ଷେତ୍ର ଉତ୍ସବ ମୁଖର ହୋଇ ଉଠିଥିଲା । ପ୍ରତିବର୍ଷ ଏହି ଦିନରେ ତୁଳସୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ଗହଳିଚହଳି ଲାଗିଥାଏ । କିନ୍ତୁ କରୋନାର ପ୍ରଭାବଯୋଗୁଁ ଆଜି ଭକ୍ତମାନଙ୍କ ମନରୁ ଭୟ ଦୂରହୋଇପାରିନି । କିନ୍ତୁ ତଥାପି ମୁହୂର୍ତ୍ତକର ଦର୍ଶନ ପାଇଁ ମନ୍ଦିରରେ ଭକ୍ତ ମାନଙ୍କର ପ୍ରବଳ ଗହଳି ଚହଳି ଲାଗିଥିଲା । ମହାପ୍ରଭୁଙ୍କର ଜନ୍ମଦିନରେ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ଖିରି ପିଠା ବଣ୍ଟାଯାଇଥାଏ ଏବଂ ଠାକୁରଙ୍କ ନିକଟରେ ସ୍ବତନ୍ତ୍ର ପୂଜା ଓ ରୀତିନୀତି କରାଯାଇଥାଏ । ମହାପ୍ରଭୁଙ୍କ ଶିରରେ ଏକ ଲକ୍ଷ ତୁଳସୀ ଅର୍ପଣ କରାଯାଇଥିଲା । ପରମ୍ପରା ଅନୁସାରେ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରୁ ପ୍ରତିବର୍ଷ ତୁଳସୀକ୍ଷେତ୍ରକୁ ପାଟସୁତାର ରାକ୍ଷୀ ପଠାନ୍ତି ଭଉଣୀ ସୁଭଦ୍ରା । ଏହି ପାଟରାକ୍ଷୀ ବଳଭଦ୍ର ଓ ଜଗନ୍ନାଥଙ୍କୁ ହାତରେ ପିନ୍ଧାଇ ଦେଇଥାନ୍ତି ପଣ୍ଡାମାନେ । ଶେଷରେ ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କ ଛାମୁରେ ଏକଲକ୍ଷ ଘୃତାହୁତି ସମର୍ପଣ କରାଯିବାର ପରମ୍ପରା ରହିଛି । ମହାପ୍ରଭୁଙ୍କ ଜନ୍ମ ଦିନରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ପହଞ୍ଚି ବଳଦେବଜୀଉଙ୍କ ଆଶିର୍ବାଦ ନେଇଥିଲେ ।
#kendrapara #Baladevjew #Temple #NNSODIA