<h3>ପଶ୍ଚିମ ଓଡ଼ିଶାର ନୃସିଂହନାଥ ପର୍ଯ୍ୟଟନ ସ୍ଥଳୀଠାରେ ପାଞ୍ଚ ଦିନ ଧରି ଚାଲିଥିବା ବୈଶାଖ ମେଳାର ଆଜି ହେଉଛି ଶେଷ ଦିନ। ପାଞ୍ଚ ଦିନ ଧରି ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି ।ଚତୁର୍ଦଶୀ ତିଥିରେ ନୃସିଂହନାଥ ମହାପ୍ରଭୁ ମାର୍ଜାରକେଶରୀଙ୍କ ଜନ୍ମ ଉତ୍ସବ ପାଳନ ହୋଇଯାଇଛି । ଜନ୍ମ ଉତ୍ସବ ସହ ପ୍ରାଚୀନ ପରମ୍ପରା ଅନୁସାରେ କନ୍ଧ ସମ୍ପ୍ରଦାୟର ଦାୟାଦଙ୍କ ଦ୍ବାରା ମାର୍ଜାରକେଶରୀଙ୍କୁ କନ୍ଦା ଭୋଗ ଅର୍ପଣ କରାଯାଇଛି ଯାହା ନୃସିଂହନାଥ ପୀଠର ପ୍ରାଚୀନ ପରମ୍ପରା। ଏହାସହ ମୁଖ୍ୟ ମନ୍ଦିରରେ ଧ୍ଵଜା ବନ୍ଧନ ପ୍ରଭୃତି କାର୍ଯ୍ୟକ୍ରମ ସହ ମନୋରଞ୍ଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି। ଓଡ଼ିଶା ରାଜ୍ୟ ତଥା ଛତିଶଗଡ଼ର ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଭକ୍ତ ଙ୍କ ସମାଗମ ପାଇଁ ମନ୍ଦିର ପ୍ରଶାସନ ଓ ବୈଶାଖ ମେଳା କମିଟି ତରଫରୁ ମାଗଣା ଭୋଜନ, ଥଣ୍ଡା ଦହି ସରବତ ଲେମ୍ବୁପାଣି ବଣ୍ଟନ କରାଯାଉଛି। ଗନ୍ଧମାର୍ଦ୍ଦନ ପର୍ବତମାଳାର ପ୍ରାକୃତିକ ଶୋଭାରାଜି ରେ ଭରପୁର ଥିବା ଏହି ପୀଠ ପ୍ରାଚୀନ ପୀଠ ଓ ଏଥିରେ ଅନେକ ପରମ୍ପରା, କିମ୍ବଦନ୍ତୀ, ସଂସ୍କୃତି କିର୍ତୀରାଜି ଭରିରହିଛି।ଏହି ନୃସିଂହନାଥ ତିର୍ଥ କ୍ଷେତ୍ରରେ ମାର୍ଜାରକେରୀ ପୂଜା ପାଇଥାନ୍ତି। ପ୍ରାଚୀନ ଲୋକକଥା ଓ କିମ୍ବଦନ୍ତୀ ଅନୁସାରେ କନ୍ଧ ସମ୍ପ୍ରଦାୟର ଜମୁନା ଓ ହରି ନାମକ ଏକ କନ୍ଧ ଦମ୍ପତ୍ତି ଗନ୍ଧମାର୍ଦନ ପର୍ବତମାଳା ର ଘୋର ଅରଣ୍ୟ ମଧ୍ୟରେ କନ୍ଦମୂଳ ଖୋଳୁଥିବା ବେଳେ ମାଟିତଳୁ ନୃସିଂହନାଥ ମହାପ୍ରଭୁ ମାର୍ଜାରକେଶରୀ ଙ୍କୁ ପାଇଥିଲେ ।</h3> <h3></h3> <img class=" wp-image-28015 aligncenter" src="https://nnsodia.com/wp-content/uploads/2024/05/bsk15-300x74.jpg" alt="" width="548" height="135" /> <h3>ସେହି ହରି ଯମୁନା ଓ ତାଙ୍କ ବଂଶଧର ସେଠାରେ ପୂଜାର୍ଚ୍ଚନା କରି ଆସୁଥିବାବେଳେ ପରବର୍ତ୍ତୀ ସମୟରେ ପାଟଣା ର ରାଜା ବୈଜଳ ଦେଓ ସେଠାରେ ମନ୍ଦିର ନିର୍ମିତ କରିଥିଲେ। ଏବେ ଏହି ନୃସିଂହନାଥ ଏକ ପର୍ୟ୍ୟଟନସ୍ଥଳୀ ଭାବରେ ପରିଚୟ ସୃଷ୍ଟି କରିଛି। ପ୍ରାଚୀନ ପରମ୍ପରା ଓ କିମ୍ବଦନ୍ତୀ ଅନୁସାରେ ବାର ମାସରେ ତେର ପର୍ବ ପାଳନ ସହ ଅନେକ ବିଧିବିଧାନ ରହିଛି। ଏହି ମନ୍ଦିରରେ ନାବାଳକ ବ୍ରାହ୍ମଣ ମାନେ ପୂଜାର୍ଚ୍ଚନା କରୁଥିବାବେଳେ ହରିଓ ହର ଙ୍କ ନାମରେ ଅର୍ଣ ପ୍ରସାଦ ହରିହରପଙ୍ଗତ ସମସ୍ତ ଉପସ୍ଥିତ ଭକ୍ତଙ୍କୁ ମାଗଣାରେ ବଣ୍ଟନ କରାଯାଇଥାଏ । ଏହି ନୃସିଂହନାଥ ନାଥ ପୀଠ ରେ ମାର୍ୟାରକେଶରୀ ଙ୍କ ପ୍ରାଚୀନ ମନ୍ଦିର ସହ ସୁନ୍ଦର ଝରଣା ରହିଛି। ପର୍ୟ୍ୟଟକମାନଙ୍କ ପାଇଁ ଅନେକ ସୁବିଧାମାନ ରହିଥିବା ବେଳେ ଅରଣ୍ୟ ନିକଟରେ ବଣଭୋଜି କରିବାର ମଜା ନିଆରା। ମନ୍ଦିର ତରଫରୁ ଭୋଗ ବିକ୍ରି ବ୍ୟବସ୍ଥା ରହିଛି। ପ୍ରତ୍ୟେକ ବର୍ଷ ନୃସିଂହନାଥ ପୀଠ ରେ ବୈଶାଖ ମାସରେ ମାର୍ଜାରକେରୀ ଙ୍କ ଜନ୍ମ ଉତ୍ସବ ପର୍ବ ବା ନୃସିଂହନାଥ ବୈଶାଖ ମେଳା ପାଳନ ହୋଇଥାଏ। ପରମ୍ପରା ଅନୁସାରେ ଯେହେତୁ ବୈଶାଖ ଚତୁର୍ଦ୍ଦଶୀ ଦିନ ନୃସିଂହନାଥ ମହାପ୍ରଭୁ ମାର୍ଜାରକେଶରୀ ଙ୍କୁ ହରି ଓ ଜମୁନା ପାଇଥିବାରୁ ଏହିଦିନ ନୃସିଂହନାଥ ଠାକୁର ଙ୍କ ଜନ୍ମ ଉତ୍ସବ ପାଳନ ହୋଇଥାଏ ଓ ଏହାକୁ ଦେଖିବାକୁ ଓଡ଼ିଶା ରାଜ୍ୟର ସମସ୍ତ ଅଂଚଳ ସମେତ ପଡୋଶୀ ଛତିଶଗଡ଼, ଝାରଖଣ୍ଡ ବିହାର ପ୍ରଭୃତି ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ</h3>