ଏନଏନଏସ୍: ବାହାନଗା ରେଳ ଦୁର୍ଘଟଣାରେ ଆଉ ୨ ରେଳ କର୍ମଚାରୀଙ୍କୁ ସିବିଆଇ ଜେରା । ପୂର୍ବରୁ ଏହି ୨ ରେଳ କର୍ମଚାରୀଙ୍କୁ ସମନ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । ଏପଟେ ଅନ୍ୟ ୩ ଜଣଙ୍କୁ ସିବିଆଇ ଅଫିସରେ ହାଜର ହେବାକୁ ସମନ ଜାରି ହୋଇଛି । ଫଳରେ ଆଗକୁ ଗିରଫଦାରୀ ବଢ଼ିବାର ଆଶଙ୍କା ରହିଛି । ମାମଲାରେ ପୂର୍ବରୁ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ଆଜି ରିମାଣ୍ଡ ଅବଧି ସରୁଛି । ଏନେଇ ଅଧିକ ଜେରା ପାଇଁ ସେମାନଙ୍କୁ ପୁଣି ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିପାରେ ବୋଲି ଆଶଙ୍କା କରାଯାଉଛି ।