ଏନଏନଏସ୍: ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ବଦ୍ରିନାଥ ଦ୍ୱାର। ଆଜି ଠାରୁ ବଦ୍ରିନାଥ ଯାତ୍ରା କରିପାରିବେ ଭକ୍ତ। ଆଜି ସକାଳ ୭ଟା୧୦ରୁ ରୀତିନୀତି ଅନୁସାରେ ବଦ୍ରିନାଥ ଧାମ ଖୋଲାଯାଇଛି। ମନ୍ଦିରରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନାମରେ ପୂଜା କରାଯାଇଥିଲା। ବଦ୍ରିନାଥ କବାଟ ଖୋଲିବା ଅବସରରେ ମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ମନ୍ଦିରକୁ ୨୦କ୍ୱିଣ୍ଟାଲ ଫୁଲରେ ସଜା ଯାଇଥିଲା।
ଜ୍ୟୋତିଷ ଶାସ୍ତ୍ର ଆଧାରରେ ଆଜି ବଦ୍ରିନାଥ ଦ୍ୱାର ଖୋଲିବାକୁ ସମୟ ନିର୍ଦ୍ଦଣ୍ଟ ହୋଇଥିଲା। ମନ୍ଦିର ପୂଜକଙ୍କ ପୁଜାର୍ଚ୍ଚନା ପରେ ମନ୍ଦିର କବାଟ ଖୋଲିଥିଲା। ଭକ୍ତଙ୍କ ପାଇଁ ଉତ୍ତରାଖଣ୍ଡର ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଧାମର ମନ୍ଦିର କବାଟ ମଧ୍ୟ ଖୋଲାଯାଇଛି। ତେବେ ଆଜି ବଦ୍ରିନାଥ ଦ୍ୱାର ଖୋଲିବା ମାତ୍ରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି।