ଖରାପ ସମୟ ମଣିଷକୁ ସବୁ କିଛି ଶିଖେଇଦିଏ .., ରାଜଉଆସରୁ ଆଣି ରାଜରାସ୍ତା ରେ ଠିଆ କରିଦିଏ ,., ଆଉ ଯେତେବେଳେ ଏହି ଖରାପ ସମୟ ଗୋଟେ ମା ଉପରେ ପଡେ.. ସେ କଣ ଚିନ୍ତା କରେ ପିଲା , ସ୍ୱାମୀ ନା ପରିବାର । ଆଉ ତାର ପିଲାର ଭବିଷ୍ୟତର କଥା ଯେତେବେଳେ ଆସେ .., ସେତେବେଳେ ମା ଜଣକ ସବୁକିଛି କରିବାକୁ ତେୟାର ହୋଇଯାଏ ..,., ରାସ୍ତାରେ ଖରାରେ ଠିଆ ହୋଇ କାମ କରିବାକୁ ବି ପଛାଏ ନାହିଁ । ଯେତେ ଦୁଃଖ କଷ୍ଟ ହେଲେ ବି ହସି ହସି ସବୁ କିଛି ସହିଯାଏ ନିଜ ପରିବାର ର ଖୁସି ପାଇ..,. ହଁ ଆଞା ସେମିତି ଜଣେ ମହିଳା ଜଣକ ହେଉଛନ୍ତି ପୁନମ ଦେବି । ତାଙ୍କ ପରିବାର ଉପରେ ପଡିଥିଲା ଦୁଃଖର ପାହାଡ .., ପରିବାର ଚଳିବା ପାଇଁ ହେଉଥିଲା କଷ୍ଟକର . ହେଲେ ଏଥିରେ ସେ କେବେ ଭାଙ୍ଗିନପଡି ଦୁନିଆ ପାଇଁ ସାଜିଛନ୍ତି ଏକ ଅନନ୍ୟ ଉଦାହରଣ .. ଆଉ ହୋଇପାରିଛନ୍ତି ଜଣେ ଭଲ ମା .ପତ୍ନୀ ଆଉ ଭଲ ମେକାନିକ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆଉ ଏହି ମହିଳା ଜଣକ ହେଉଛନ୍ତି ଗାଜିୟାବାଦର ପୁନମ ଦେବି ., ଯିଏ ଘରର ଚାରି କାନ୍ଥ ରୁ କେବେ ବାହାରକୁ ବାହାରିନଥିଲେ ଆଜି ରାସ୍ତା କଡରେ ବାଇକ ସଜାଡୁଛନ୍ତି । । ଦୁଇ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରି ଜଣକୁ ଡାକ୍ଟର ଆଉ ଜଣକୁ ସୌନିକ ବନିବାର ସ୍ୱପ୍ନକୁ ସାକାର କରିବା ପାଇଁ କଷ୍ଟ ଯନ୍ତ୍ରଣାକୁ ଅଣଦେଖା କରିଦେଇଥିଲେ |

ସୁଚନା ଅନୁସାରେ ପୁନମଙ୍କ ସ୍ୱାମୀ ଜଣେ ମେକାନିକ ଭାବରେ କାମ କରୁଥିଲେ | ଏକ ଦୁର୍ଘଟଣାରେ ପାରାଲେସିସ ରୋଗରେ ଶିକାର ହୋଇ ଘରେ ବସି ରହିଲେ ..,. ପରେ ପରିବାର ଚଳିବାର ଚିନ୍ତା ବଢିଗଲା କାହା ଆଗରେ ହାତ ପତାଇବାକୁ ପସନ୍ଦ ନକରି ନିଜେ ହାତରେ ପେଚକସ ଧରିବାକୁ ପସନ୍ଦ କରିଥିଲେ । ଏଥିପାଇଁ ବି ପ୍ରଥମରୁ ତାଙ୍କୁ କମ କଷ୍ଟ ସହିବାକୁ ପଡିନଥିଲା ବହୁ ବାଧା ବିଘ୍ନ , ସହ ଲୋକଙ୍କ ପରିହାସ ବି ସେ ଶିକାର ହୋଇଥିଲେ .. ଯେମିତିକି ମହିଳା ଏ କାମ କରିପାରିବେ ନାହିଁ .. ଏ କାମ ମହିଳା ଙ୍କ ପାଇଁ ଅସମ୍ଭବ ଏମିତି ଅନେକ କିଛି । ହେଲେ ଏ ସବୁ କଥାକୁ ଖାତିର ନକରି ନିଜ ଲକ୍ଷ ପାଇଁ ଚେଷ୍ଟା ଜାରି ରଖିଥିଲେ ପୁନମ | ହେଲେ କଥାରେ ଅଛି ନା ମନବଳ ଦୃଢ ଓ ଶିଖିବାର ଇଚ୍ଛା ଶକ୍ତି ଯାହା ପାଖରେ ରହିଛି ସେ କେବେ ବି କେଉଁ ସମୟରେ ହାର ମାନି ନଥାଏ । ସେମିତି ହିଁ ପୁନମ ଙ୍କ ସହ ହେଲା ଶେଷରେ ତାଙ୍କ ପରିଶ୍ରମର ଫଳ ତାଙ୍କୁ ମିଳିଲା .,ଏମିତି ନୁହେଁ କି ଲୋକଙ୍କ ପରିହାସ ଯୋଗୁଁ ଏପରି ହେଲା ନିଜ ପିଲା ଙ୍କ ଭବିଷ୍ୟତ କଥାକୁ ଚିନ୍ତା କରି ଏପରି କଠିନ ପଦେକ୍ଷପ ନେବାକୁ ବାଧ୍ୟ ହୋଇଥିଲେ ।

ସ୍ୱାମୀଙ୍କଠାରୁ ଅଳ୍ପ ଅଳ୍ପ କିଛି ଶିଖି ଛୋଟ ଛୋଟ କାମରୁ ଆରମ୍ଭ କରି ଏବେ ଜଣେ ସଫଳ ମେକାନିକ ହୋଇ ନିଜ ପରିବାର ଚଳାଇପାରୁଛନ୍ତି ପୁନମ ।
https://youtu.be/q_tt0mt-J7E