ଏନଏନଏସ୍: ୩ ଶହ ଫୁଟ ବୋରୱେଲ ଭିତରେ ଖସିପଡ଼ିଲା ଅଢେଇ ବର୍ଷର କୁନି ଝିଅ । ମଧ୍ୟପ୍ରଦେଶ ସେହୋର ଜିଲ୍ଲାର ମୁଗାଭଲି ଗାଁରେ ଏହି ଘଟଣା ଘଟିଛି । ଅଢେଇ ବର୍ଷର କୁନି ଶିଶୁଟି ଏବେ ୨୦ ଫୁଟ ତଳେ ଥିବା ଜଣାପଡ଼ିଛି । ଗତକାଲି ଅପରାହ୍ନରେ ଶିଶୁଟି ଜେଜେମା’ଙ୍କ ସହ ଖେଳୁଥିବା ବେଳେ ବୋରୱେଲରେ ପଡ଼ିଯାଇଥିଲା ଫଳରେ କୁନି ଶିଶୁଟିକୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଟିମ୍ ମଧ୍ୟ ଯୋଗ ଦେଇଛନ୍ତି । ଏଭଳି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ହସ୍ତକ୍ଷେପ କରିବା ସହ ଅଢେଇ ବର୍ଷର ଝିଅକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।