ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଛି ଜୋରଦାର ଲଢେଇ | ଯୁଦ୍ଧ ମଧ୍ୟରେ ବୁଲଗେରିଆର ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଏବେ ବେଶ ଚର୍ଚ୍ଚା | ଭବିଷ୍ୟବାଣୀ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ବାବା ଭେଙ୍ଗା | ତାଙ୍କର ଅନେକ ଭବିଷ୍ୟବାଣୀ ପ୍ରମାଣିତ ହୋଇଛି ସତ | ମୃତ୍ୟୁ ପୂର୍ବରୁ ସେ ଋଷ ପାଇଁ ମଧ୍ୟ ଏକ ଭବିଷ୍ୟବାଣୀ କରିଥିଲେ, ଯାହା ଏବେ ସତ ହେବାକୁ ଯାଉଛି | ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ ଯେ, ଋଷ ‘ବିଶ୍ୱର ଶାସକ’ ହେବ ଏବଂ ୟୁରୋପ ଏକ ମରୁଭୂମିରେ ପରିଣତ ହେବ | କେହି ଋଷକୁ ଅଟକାଇ ପାରିବେ ନାହିଁ। ସବୁକିଛି ବରଫ ପରି ତରଳି ଯିବ | ଆଉ ଯାହାକିଛି ରହିବ ତାହା ହେଲା ଭ୍ଲାଡିମିର୍ ପୁଟିନ୍ ଏବଂ ଋଷର ଗୌରବ | ଋଷର ଆଗକୁ କେହି ଆସିବେ ନାହିଁ ଏବଂ ପୁଟିନ ବିଶ୍ୱକୁ ଶାସନ କରିବେ। ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ବାବା ବେଙ୍ଗାଙ୍କ ଏହି ଭବିଷ୍ୟବାଣୀ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ଚାଲନ୍ତୁ ଜାଣିବା ବାବା ଭେଙ୍ଗା କିଏ ? ୟୁରୋପୀୟ ଦେଶ ବୁଲଗେରିଆରେ 1911ରେ ଜନ୍ମଗ୍ରହଣ କରିଥିଲେ ବାବା ଭେଙ୍ଗା | ତାଙ୍କ ପ୍ରକୃତ ନାମ ବେଙ୍ଗେଲିଆ ଗୁଷ୍ଟରୋଭା | ସେ 1996 ରେ ମୃତ୍ୟୁ ବରଣ କରିଥିଲେ। ବିଶ୍ୱର ଭବିଷ୍ୟତ ଦେଖିବା ପାଇଁ ଭଗବାନ ତାଙ୍କୁ ବିରଳ ଉପହାର ଦେଇଛନ୍ତି ବୋଲି ବାବା ବେଙ୍ଗା କହୁଥିଲେ | କୁହାଯାଏ ଯେ 12 ବର୍ଷ ବୟସରେ ବାବା ଭେଙ୍ଗା ନିଜର ଦୃଷ୍ଟି ଶକ୍ତି ହରାଇଥିଲେ।ସେ ନିଜେ ନିଜ ମୃତ୍ୟୁର ସଠିକ୍ ପୂର୍ବାନୁମାନ କରିଥିଲେ | ବାବା ବେଙ୍ଗା, 1996 ମସିହାରେ ମରିବାବେଳେ, 5079 ବର୍ଷ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିକି ଯାଇଛନ୍ତି |