ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷା ଓ ସଚେତନତାର ଅଭାବ | ଫଳରେ ଖୁବ କମ ବୟସର ପିଲାଙ୍କୁ ଏଠାରେ ବିବାହ ବନ୍ଧନରେ ବାନ୍ଧି ଦିଆଯାଏ | ଯେଉଁଠି ପିଲାମାନେ ବିବାହର ଅର୍ଥ ବୁଝି ନଥାନ୍ତି ତାଙ୍କୁ ସଂସାର ଗଢ଼ିବାକୁ ପଡେ | ଖୁବ କମ ବୟସର ଯୁବତୀ ମାତୃତ୍ଵ ଲାଭ କରୁଥିବାରୁ ମା ଓ ଛୁଆ ଉଭୟ ପଡନ୍ତି ବିପଦରେ | ଶିଶୁମାନେ ହୁଅନ୍ତି କୁପୋଷଣର ଶିକାର | ଏଭଳି ଅନେକ ସମସ୍ୟା ଦେଖାଦିଏ |
ତେବେ ବାଲ୍ୟ ବିବାହ ରୋକିବା ପାଇଁ ମାଲକାନଗିରିରେ ଜିଲ୍ଲା ପ୍ରଶାସନ ନେଇଛି ବଡ ପଦକ୍ଷେପ | ମହିଳା ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ୫୦ ଦିନିଆ ସଚେତନତା କାର୍ଯ୍ୟକ୍ରମ ହୋଇଛି ଆରମ୍ଭ l ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି | ଏହି ଅବସରରେ ମହିଳା ମହାବିଦ୍ୟାଳୟର ଶତାଧିକ ଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା l ଏହି ରାଲିରେ ବାଲ୍ୟ ବିବାହ ବନ୍ଦ ତଥା ଗ୍ରାମାଞ୍ଚଳରେ ସଚେତନ ସୃଷ୍ଟି କରିବା ନିମନ୍ତେ ୫୦ ଦିନର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଉପସ୍ଥିତ ଅତିଥିମାନେ କହିଥିଲେ। ଏହି ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅଧିକାରୀ ନାରାୟଣ ଦାସଙ୍କ ସମେତ ଉପଜିଲ୍ଲାପାଳ-ଅକ୍ଷୟ କୁମାର ଖେମୁଡୁ , ଅତରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଜିଲ୍ଲାପରିଷଦ ଅଧକ୍ଷା-ସମାରି ତାଙ୍ଗୁଲୁ , ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ପ୍ରମୁଖ ଉପସ୍ଥିତ ଥିଲେ।