ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୭.୦୩): ଜୀ-ସାର୍ଥକ ବ୍ୟାନରର ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’ ର ଅଡିଓ ଲୋକାର୍ପଣ ଉତ୍ସବ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଡିଓ ଲୋକାର୍ପଣ ଉତ୍ସବ ରେ ଚଳଚ୍ଚିତ୍ର ର ପ୍ରଯୋଜକ କବୀର ଦାସ, ଜୀ ସାର୍ଥକ ,ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ, କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର, ନିର୍ଦ୍ଦେଶକ ସଞ୍ଜୟ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ନେହା ନିହାରିକା, ଅଭିନେତା ଅଭିଜିତ ଦାସ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଚଳଚ୍ଚିତ୍ର “ସରଗପୁରରୁ ଆସିଛି ପ୍ରିୟା’ ଭିନ୍ନ ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି ।
ଇନ୍ଦ୍ରଲୋକର ଭୁଲ ପାଇଁ ପୃଥିବୀକୁ ଦଣ୍ଡ ଭୋଗିବାକୁ ଆସିଛି ଅପସରା ମେନକା । କିନ୍ତୁ ପ୍ରଥମରୁ ଆସିବାକୁ ଡରୁଥିବା ମେନକା ପୃଥିବୀ ଛାଡିବାକୁ ନାରାଜ । ପାତାଳ ଲୋକର ଜଣେ ଯୁବକ ପ୍ରେମରେ ମେନକା । ଆଉ ସେପଟେ ଥରହର ଦେବତାଗଣ । ଏମିତି କିଛି ନିଆରା କାହାଣୀକୁ ନେଇ ଇନ୍ଦ୍ରଲୋକ ଓ ପୃଥିବୀଲୋକ ସହ ଯୋଡା ଯାଇଛି ଚଳଚ୍ଚିତ୍ରର କାହାଣୀ । ଆସନ୍ତା ୨୬ ତାରିଖ ସଂଧ୍ୟା ୬.୩୦ ରେ ଜୀ ସାର୍ଥକରେ ଆସିବାକୁ ଯାଉଛି ସଞ୍ଜୟ ନାୟକଙ୍କ ରୋମାଞ୍ଚଭରା ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’।