ଅଭିନବ ଉପାୟରେ ଏଟିଏମ କାର୍ଡ ରୁ ପଇସା ଲୁଟୁଥିବା ଯୁବକକୁ ପୋଲିସ ର ଜିମା ଦେଲା ଗ୍ରାହକ ସେବା କେନ୍ଦ୍ର | ଜଗତସିଂପୁର ଜିଲ୍ଲା ନାଉଗାଁ ବ୍ଲକ ଅଲଣାହାଟ ଠାରେ ଥିବା ଗ୍ରାହକ ସେବା କେନ୍ଦ୍ର ରେ ଗତ ୧୫ ତାରିଖ ରେ ଅନ୍ୟ ଜଣଙ୍କର ଏଟିଏମ ଆଣି ୪୦ ହଜାର ଟଙ୍କା କୌଶଳ କ୍ରମେ ଉଠାଇ ନେଇଥିବା ଯୁବକକୁ ଆଜି କାବୁ କଲେ ଉକ୍ତ ଗ୍ରାହକ ସେବା କେନ୍ଦ୍ର ର ମାଲିକ ଅଜୟ ଦାସ | ଅଜୟ ଦାସ ଅଭିଯୋଗ ଅନୁଯାଇ କଟକ ଜିଲ୍ଲା ନିଆଳି ବ୍ଲକ୍ ନାଟି ଗ୍ରାମ ର ରସାନନ୍ଦ ସାହୁ ବିଭିନ୍ ଲୋକଙ୍କ ଏଟିଏମ ଚୋରେଇ ଆଣି ଗ୍ରାହକ ସେବା କେନ୍ଦ୍ର ମାଧ୍ୟମ ରେ ଟଙ୍କା ଉଠାଇବାର କୌଶଳ ଜାଣିଛନ୍ତି |ବାଲିକୁଦା ର ଜଣଙ୍କ ଏଟିଏମ ଆଣି ନିଜକୁ ରମାନନ୍ଦ ରାଉତ ବୋଲି ପରିଚୟ ଦେଇ ୪୦ ହଜାର ଟଙ୍କା କୌଶଳ କ୍ରମେ ଉଠାଇ ନେଇଥିବା ବେଳେ ଆଜି ପୁଣି ରବି ବେହେରା ଙ୍କ ଏଟିଏମ ଆଣି ଟଙ୍କା ଉଠାଇବାକୁ ଆସିଥିଲେ | ଗ୍ରାହକ ସେବା କେନ୍ଦ୍ରର ର ମାଲିକ ବ୍ୟାଙ୍କ୍ ରୁ ଏହି ଠକ ଙ୍କ ବିଷୟ ରେ ଜାଣିପାରି ନିକଟସ୍ତ ନାଉଗାଁ ଥାନା ରେ ଉକ୍ତ ଯୁବକ କୁ ଜିମା ଦେବା ସହ ଲିଖିତ ଅଭିଯୋଗ ମଧ୍ଯ ଦାୟାର କରିଛନ୍ତି | ପୋଲିସ ଉକ୍ତ ଯୁବକକୁ ବାଲିକୁଦା ପୋଲିସ କୁ ଅଧିକ ତଦନ୍ତ ପାଇଁ ଦେଇଥିବା ଜଣାପଡିଛି |
#NNSODIA