ସାଲେପୁର ,୦୮.୦୪.୨୦୨୩ (ଏନଏନଏସ ଓଡ଼ିଆ) : କଟକ ଜିଲ୍ଲା ଅସୁରେଶ୍ଵର ଠାରେ ଦାଣ୍ଡଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନିଆରା ପରମ୍ପରାର ଏହି ଯାତ୍ରା ଟି ଅସୁରେଶ୍ଵର ଦାଣ୍ଡଯାତ୍ରା ଭାବେ ଖ୍ୟାତ । ଦୀର୍ଘ ଛଅଶହ ବର୍ଷରୁ ଅଧିକ ଦିନରୁ ପାଳିତ ହୋଇ ଆସୁଥିବା ଏହି ଯାତ୍ରା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳ ମଲ୍ଲୀପୁର ଶ୍ରୀଶ୍ରୀ ରଘୁନାଥଜୀଉ ଙ୍କ ଚୈତ୍ରପୂର୍ଣ୍ଣିମା ତିଥିରେ ହୋଇଆସୁଛି । ଚୈତ୍ରମାସ ଶୁକ୍ଳପକ୍ଷ ଶ୍ରୀରାମ ନବମୀ ଦିନ ଠାରୁ ଏଗାର ଦିନ ବ୍ୟାପୀ ପ୍ରଭୁ ଶ୍ରୀଶ୍ରୀ ରଘୁନାଥଜୀଉ ଙ୍କ ଶ୍ରୀରାମ ନବମୀ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ମଧ୍ୟରୁ ଦାଣ୍ଡଯାତ୍ରା ଅନ୍ୟତମ । ଏହିଯାତ୍ରା ଦୁଇ ମହାପ୍ରଭୁ ଙ୍କ ମହାମିଳନ ଯାତ୍ରା ଅଟେ। ଚୈତ୍ର ପୂର୍ଣ୍ଣିମା ଦିନ ରାତିରେ ପ୍ରଭୁ ଶ୍ରୀଶ୍ରୀ ରଘୁନାଥଜୀଉ ରତ୍ନବେଦୀ ଛାଡି ସୁସଜ୍ଜିତ ବିମାନରେ ସୁନା ଚାନ୍ଦିରତ୍ନ ଅଳଙ୍କାର ଆଭୁଷଣ ରେ ସଜ୍ଜିତ ହୋଇ ଅସୁରେଶ୍ଵର କୋଇଲୋ ଗ୍ରାମ ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଶ୍ରୀ ଦଧିବାମନଜିଉ ଙ୍କ ନିକଟକୁ ଯାତ୍ରା କରିବା ନିମନ୍ତେ ଦାଣ୍ଡରେ ବିଜେ କରିଥାନ୍ତି। ମହାପ୍ରଭୁ ଶ୍ରୀଶ୍ରୀ ଦଧିବାମନଜିଉ ସେହି ଦିନ ନିଜେ ରଘୁନାଥ ଜୀଉ ବେଶରେ ମହାପ୍ରଭୁ ଶ୍ରୀଶ୍ରୀ ରଘୁନାଥଜୀଉ ଙ୍କ ଆସିବାର ବାଟକୁ ଅନାଇ ବସିଥାନ୍ତି। ମହାପ୍ରଭୁ ଶ୍ରୀଶ୍ରୀ ରଘୁନାଥଜୀଉ ଦାଣ୍ଡରେ ବିଜେ କଲା ସମୟରେ ତାଙ୍କ ସହିତ ସୁଆଙ୍ଗ ରୁପେ ରାମ, ଲକ୍ଷ୍ମଣ, ସୀତା ,ହନୁମାନ ରାବଣ ଆଦି ସୁସଜ୍ଜିତ ବିମାନରେ ଆସିଥାନ୍ତି। ପ୍ରଭୁ ଶ୍ରୀଶ୍ରୀ ରଘୁନାଥଜୀଉ ହେଉଛନ୍ତି ବାଣପ୍ରିୟ ଠାକୁର | ସତେ ଯେମିତି ବାଣ ହେଉଛି ତାଙ୍କର ପ୍ରସାଦ। ଭକ୍ତର ମନସ୍କାମନା ପୂର୍ଣ୍ଣ ହେଲେ ସେ ପ୍ରଭୁଙ୍କ ନିକଟରେ ବାଣ ଟି ଅର୍ପଣ କରିଥାଏ।
ସେଥିପାଇଁ ମହାପ୍ରଭୁ ଏହି ପ୍ରସିଦ୍ଧ ଦାଣ୍ଡଯାତ୍ରା ରେ ଦାଣ୍ଡରେ ବିଜେ କଲା ସମୟରେ ଏଠି ରାତି ତମା ମ ଲକ୍ଷାଧିକ ଟଙ୍କା ର ଆତସବାଜି ଫୁଟାଯାଏ। ଏହି ଯାତ୍ରା ଓଡ଼ିଶାରେ ନିଆରା। ଏହି ଯାତ୍ରା ରେ ଅନନ୍ୟ ପରମ୍ପରା କାଳିସୀନାଚ। କାଳିସୀ ନାଚିବା ସହିତ ଶ୍ରଦ୍ଧାଳୁ ମାନେ କାଳିଙ୍କୁ ପଣାଭୋଗ ସମର୍ପଣ କରିଥାଆନ୍ତି। ଏହି ଯାତ୍ରା ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ ହୋଇଥାଏ । ପରିଶେଷରେ ମହାପ୍ରଭୁ ଶ୍ରୀଶ୍ରୀ ରଘୁନାଥଜୀଉ କୋଇଲୋ ର ଆରାଧ୍ୟା ଦେବତା ପ୍ରଭୁ ଶ୍ରୀଶ୍ରୀ ଦଧିବାମନଜିଉ ଙ୍କ ନିକଟରେ ପହଞ୍ଚନ୍ତି | ସେଠାରେ ବଚନିକା ମାଧ୍ୟମରେ ଶ୍ରୀରାମ ଲକ୍ଷ୍ମଣ ନାଚ ସହିତ କାଳି, ରାବଣ, ଏବଂ ହନୁମାନଙ୍କର ନାଗଫାଶ ବନ୍ଧନ ହୁଏ । ସେଠାରେ ଦୁଇଟି ଦେବତାଙ୍କୁ ଗୋଟିଏ ରୁପରେ ଭକ୍ତମାନେ ଦର୍ଶନ କରି ସାନିଧ୍ୟ ଲାଭ କରନ୍ତି ।
କଟକ ଜିଲ୍ଲାର ସାଲେପୁର ରୁ ସ୍ୱଦେଶ ରଞ୍ଜନ nns ଓଡ଼ିଆ /